ଘରେ ପ୍ରସ୍ତୁତ କରନ୍ତୁ ଆଚାରି ଚିକେନ୍‌

ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ-ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା, ଆଚାର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ।

ତା’ପରେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ।

ଏହାପରେ ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ।

ମସଲା କଷି ହୋଇ ଆସିଲେ, ଏଥିରେ ଚିକେନ୍‌, ଲୁଣ, ଆମଚୁର ପାଉଡର୍‌, କାଜୁ ପେଷ୍ଟ୍‌ ଏବଂ ଆଚାର ପକାଇ ପୁଣି କଷନ୍ତୁ। ଏବେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଟ୍‌ପଟା ଆଚାରି ଚିକେନ୍‌। ଏବେ ଏହାକୁ ରୁଟି, ନାନ୍‌, ପରଟା ବା ରୁମାଲ୍‌ ରୁଟି ସହ ପରଷନ୍ତୁ।

ଆହୁରି ପଢ଼ନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା

You might also like