• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆବଶ୍ୟକ ସାମଗ୍ରୀ : ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ମାଛ, ଅଦା ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲୁଣ, ତେଲ ଓ ଅଳ୍ପ କାଠ ଅଙ୍ଗାର।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ କରନ୍ତୁ। ପରେ ଗ୍ୟାସ ଲଗାଇ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ମ୍ୟାରିନେଟ କରି ରଖିଥିବା ମାଛକୁ ଫ୍ରାଏ କରନ୍ତୁ। ଏକ ପାତ୍ରରେ ମସଲା ଭଜା ମାଛକୁ ରଖି ତା ମଝିରେ ଏକ ତାଟିଆରେ ନିଆଁ ଅଙ୍ଗାର ରଖନ୍ତୁ।

ଏହାପରେ ନିଆଁ ଅଙ୍ଗାରରେ ଅଳ୍ପ ତେଲ ପକାଇ ଧୂଆଁ ବାହାରିବା ପରେ ଘୋଡଣି ଘୋଡେଇ ଦିଅନ୍ତୁ। ଚାରିରୁ ପାଞ୍ଚ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଧୂଆଁ ମାଛ।

https://www.youtube.com/watch?v=THJutjNNjQU