• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆବଶ୍ୟକ ସାମଗ୍ରୀ: ସୁଜି, ଦହି, ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର, କଟା ଟମାଟୋ, ଲୁଣ, ଖାଇବା ସୋଢ଼ା,  ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ଦହି ଓ ସୁଜି ମିଶ୍ରଣରେ ଭଜା ମସଲା, ଲୁଣ ଓ ଖାଇବା ସୋଢ଼ା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏବେ ଏକ ଛାଞ୍ଚରେ ତେଲ ମାରି ମସଲାଗୋଳା ସୁଜିକୁ ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡ଼ଣୀ ଘୋଡ଼ଇ ଦିଅନ୍ତୁ। ଦୁଇ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ସୁଜି ଆପେ’।

https://www.youtube.com/watch?v=hTEc_0Vl8ok