• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswobandita Swain

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଲୁଣ, ହଳଦୀ, ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, କାସୁନ୍ଦି ସୋରିଷ ସସ୍ , ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼େଇ ତାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ ଏକ କଡ଼େଇରେ  ତେଲ ଗରମ କରି ଚିଙ୍ଗୁଡ଼ିକୁ ହାଲ୍‌କା ଭାଜି ଦିଅନ୍ତୁ।

ତା’ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, ଲୁଣ ଓ ଭଜା ଚିଙ୍ଗୁଡ଼ି ପକାଇ ଭଲଭାବେ ଭାଜନ୍ତୁ। ଶେଷରେ ଏଥିରେ କାସୁନ୍ଦି ସୋରିଷ ସସ୍‌ ପକାଇ ଗୋଳାଇଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ କାସୁନ୍ଦି ଚିଙ୍ଗୁଡ଼ି। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।

https://www.youtube.com/watch?v=E3NAbKsr8kw