• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswobandita Swain

ଆବଶ୍ୟକ ସାମଗ୍ରୀ :

କଟା ପିଆଜ, ଅଦା ବଟା, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ବଡ଼ି, ପୋଇଡ଼ଙ୍କ, ମାଟି ଆଳୁ, ସାରୁ, ପଥର ମୁଣ୍ଡି ଶୁଖୁଆ ଭଜା ଓ ସୋରିଷ ତେଲ।

How to Prepare Mati Handi Sukhua

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗ୍ୟାସ୍‌ ଲଗାଇ ପଥର ମୁଣ୍ଡି ଶୁଖୁଆ କାଟି ଭାଜି ରଖନ୍ତୁ। ଚୁଲିରେ ହାଣ୍ଡି ବସାଇ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ, ରସୁଣ ବଟା ୨ ଚାମଚ, ଅଦା ବଟା ୨ ଚାମଚ, ୨ ଚାମଚ ଲଙ୍କା ଗୁଣ୍ଡ, କିଛି କଟା କଞ୍ଚାଲଙ୍କା, କଟା ଟମାଟୋ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ।

ଆହୁରି ଜାଣନ୍ତୁ: କେମିତି ତିଆରି ହୁଏ ‘ଚିଜ୍‌ ପିଜ୍ଜା’

ମସଲା କଷି ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସିଝା ସାରୁ ଓ ମାଟି ଆଳୁ ପକାଇ କଷନ୍ତୁ। ଏହାପରେ ସେଥିରେ ୨ ଚାମଚ ସୋରିଷ ବଟା, ସ୍ୱାଦ ଅନୁସାରେ ଲୁଣ ପକାଇ କଷିବା ପରେ ଭଜା ହୋଇଥିବା ପୋଇ ପକାଇ ପାଣି ଦିଅନ୍ତୁ। ପାଣି ଫୁଟିଯିବା ପରେ ଶୁଖୁଆ ଭଜା ଓ ଭଜା ବଡ଼ି ପକାଇ ୧୦ ରୁ ୧୫ ମିନିଟ୍‌ ଭଲ ଭାବରେ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାଟି ହାଣ୍ଡି ଶୁଖୁଆ।

https://www.youtube.com/watch?v=0YT03CuZA_A