• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡ଼ିକ ଭିତରୁ ଆମ୍ବର କଥା ଭିନ୍ନ। ଅନେକ ଲୋକ ଏହାର ଉତ୍କୃଷ୍ଟ ସ୍ୱାଦକୁ ବେଶ ପସନ୍ଦ କରନ୍ତି। ଏପରିକି ଭାରତୀୟ ଆମ୍ବଗୁଡ଼ିକର ଚାହିଦା ବିଦେଶରେ ବି ରହିଛି। ଆମ୍ବରୁ ଅନେକ ପ୍ରକାରର ଡିସ୍, ମିଠା, ଶେକ୍ ଓ ପାନୀୟ ପ୍ରସ୍ତୁତ କରାଯାଏ। କିନ୍ତୁ ଆପଣ କେବେ ଆମ୍ବ ମ୍ୟାଙ୍ଗୋ ପ୍ୟାକ୍ ଖାଇବାକୁ ଚେଷ୍ଟା କରିଛନ୍ତି କି? ମ୍ୟାଙ୍ଗୋ ପ୍ୟାକ୍ ଏକ ପାରମ୍ପରିକ ଭାରତୀୟ ମିଠା ଏବଂ ଏହାକୁ ଆମ୍ବ ଓ ଖୁଆ ସାହାଯ୍ୟରେ ପ୍ରସ୍ତୁତ କରାଯାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ମ୍ୟାଙ୍ଗୋ ପ୍ୟାକ୍ ରେସିପି ଆଣିଛୁ। ଏହାକୁ ଜାଣି ତିଆରି କରିବା ସହ ନିଜେ ଖାଆନ୍ତୁ ଓ ପରିବାରକୁ ମଧ୍ୟ ଖୁଆନ୍ତୁ।

ମ୍ୟାଙ୍ଗୋ ପ୍ୟାକ୍ ତିଆରି ପାଇଁ ଉପାଦାନ:

ଆମ୍ବ ରସ – ୬ ରୁ ୮ଟା

ଖୁଆ – ୫୦୦ ଗ୍ରାମ

ଚିନି – ୨୫୦ ଗ୍ରାମ

ଘିଅ – ଏକ ଚାମଚ

ଗୁଜୁରାତି ପାଉଡର – ଏକ ଚାମଚ

ହଳଦିଆ ଖାଇବା ରଙ୍ଗ – ଏକ ଚାମଚ

ପିସ୍ତା ବାଦାମ

କିପରି କରିବେ :

  • ସର୍ବପ୍ରଥମେ ହାଲୁକା ନିଆଁରେ ପ୍ୟାନକୁ ବସାନ୍ତୁ। ଏଥିରେ ଖୁଆ ପକେଇ ମଝିରେ ମଝିରେ ଘାଣ୍ଟି ଘାଣ୍ଟି ଏହାକୁ ଭାଜନ୍ତୁ। ଧ୍ୟାନଦିଅନ୍ତୁ ଯେ ଖୁଆ ଯେପରି ତଳେ ଲାଗି ନ ଯାଏ। କିଛି ସମୟ ପରେ ସେଥିରେ ଆମ୍ବ ରସ ପକାନ୍ତୁ, ଖୁଆରେ ମିଶ୍ରଣ କରି ଏହାକୁ ଭଲ ଭାବରେ ଭାଜନ୍ତୁ।
  • ଏଥିରେ ଗୁଜୁରାତି ପାଉଡର ଓ ଖାଇବା ରଙ୍ଗ ପକେଇ ଭଲ ଭାବରେ ମିଶାନ୍ତୁ। ନିଆଁ ବନ୍ଦ କରନ୍ତୁ ଏବଂ ପ୍ୟାନକୁ ସ୍ଲାବରେ ରଖନ୍ତୁ।
  • ଏବେ ଗ୍ୟାସରେ ଆଉ ଏକ ପ୍ୟାନ ବସାନ୍ତୁ। ଏଥିରେ ଏକ କପ୍ ପାଣି ଓ ଚିନି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ସିରା ହୋଇଗଲାପରେ ଏଥିରେ ପୂର୍ବରୁ ପ୍ରସ୍ତୁତ ଥିବା ଖୁଆ ଓ ଆମ୍ବ ମିଶ୍ରଣ ପକେଇ ଏହାକୁ ଭଲଭାବେ ଘାଣ୍ଟନ୍ତୁ। ଏହାପରେ ନିଆଁକୁ ବନ୍ଦ କରନ୍ତୁ।
  • ଏକ ବଡ ଥାଳିରେ ଘିଅ ମାରିକି ରଖନ୍ତୁ। ଏଥିରେ ଆମ୍ବ ମିଶ୍ରଣକୁ ପକେଇ ଏହାକୁ କିଛି ସମୟ ଛାଡିଦିଅନ୍ତୁ ଯାହାଫଳରେ ଏହା ଭଲଭାବରେ ବସିଯିବ। ମଝିରେ ମଝିରେ ଛୁରୀରେ ଏହାକୁ ଯାଞ୍ଚ କରନ୍ତୁ। ଯେତେବେଳେ ଏହା ଭଲଭୋବ ବସିଯିବ ଏହାକୁ ହୀରା ଆକାରରେ କାଟିଦିଅନ୍ତୁ। ଏହା ଉପରେ ପିସ୍ତା ଓ ବାଦାମ ପକାନ୍ତୁ। ବର୍ତ୍ତମାନ ଆପଣଙ୍କ ମ୍ୟାଙ୍ଗୋ ପ୍ୟାକ୍ ପ୍ରସ୍ତୁତ। ନିଅନ୍ତୁ ଏହାର ମଜ୍ଜା।