• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆବଶ୍ୟକ ସାମଗ୍ରୀ: କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ସୋରିଷ ତେଲ, ଇଲିସି ମାଛ, ଲୁଣ, ହଳଦୀ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲ ଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏଥିସହ ସେଥିରେ ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ ଓ ସୋରିଷ ତେଲ ଦେଇ ଭଲ ଭାବେ ମ୍ୟାରିନେଟ କରି ରଖିଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ ଏକ ପାତ୍ର ଗରମ କରି ସେଥିରେ ମ୍ୟାରିନେଟ୍‌ ହୋଇଥିବା ମାଛ ପକାନ୍ତୁ ଓ ଅଳ୍ପ ପାଣି ଦିଅନ୍ତୁ। ବର୍ତ୍ତମାନ ଘୋଡ଼ଣୀ ଘୋଡ଼ାଇ ମୁହଁକୁ ଅଟା ଦ୍ୱାରା ବନ୍ଦ କରିଦିଅନ୍ତୁ। ୧୫ ରୁ ୨୦ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ଇଲିସି ମାଛ ବାଟିବସା’।

https://www.youtube.com/watch?v=yc9A9-sJ1Ow