• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆବଶ୍ୟକ ସାମଗ୍ରୀ :  ଲଙ୍କାଗୁଣ୍ଡ, ହଳଦୀ, ଦେଶୀ କୁକୁଡ଼ା, ଲୁଣ, ପିଆଜ ରସୁଣ ପେଷ୍ଟ, ସୋରିଷ ବଟା, ଜିରା ଧନିଆ ଡାଲଚିନି, ଇଲାଇଚି ପେଷ୍ଟ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗୋଟିଏ ଦେଶୀ କୁକୁଡ଼ାରେ ଭଲ ଭାବରେ ତେଲ ମାରିଦିଅନ୍ତୁ। ଏହାପରେ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ପିଆଜ ରସୁଣ ବଟା, ସୋରିଷ ବଟା, ଜିରା ଧନିଆ, ଗୁଜୁରାତି ଡାଲଚିନି ବଟା ଦେଇ ଭଲ ଭାବରେ ଗୋଳାନ୍ତୁ।

ମସଲା ଭଲ ଭାବରେ ଗୋଳାଇଯିବା ପରେ ଏକ ଶାଳପତ୍ରରେ ମସଲା ଗୋଳା ଦେଶୀ କୁକୁଡ଼ାକୁ ରଖନ୍ତୁ। ଏହାପରେ ଏକ କଦଳୀ ପତ୍ର ରଖି ତାକୁ କାଠି ଦ୍ୱାରା ବନ୍ଦ କରିଦିଅନ୍ତୁ। ଏବେ କଦଳୀ ପତ୍ରଗୁଡ଼ା ଦେଶୀ କୁକୁଡ଼ାକୁ ନିଆଁ ଅଙ୍ଗାରରେ ରଖନ୍ତୁ। ପାଖାପାଖି ୪୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଦେଶୀ କୁକୁଡ଼ା ପତ୍ର ପୋଡ଼ା।

https://www.youtube.com/watch?v=ufjFF1pl4jA