ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସୁଜି ଚକୁଳି’

ଭୁବନେଶ୍ୱର: ଆପଣ ସାଧାରଣତଃ ବିରି ବା ଅଟା ଚକୁଳି ଖାଇବାକୁ ଭଲ ପାଉଥିବେ। ଆଜି ଆମେ ଏକ ନିଆରା ସ୍ୱାଦର ‘ସୁଜି ଚକୁଳି’ ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ସୁଜି, ଆଳୁ, ପିଆଜ, ରିଫାଇନ୍‌ ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ ଟିକି ଟିକି କରି କାଟି ଦିଅନ୍ତୁ। କିଛି ପିଆଜକୁ ମଧ୍ୟ ଚୁନା ଚୁନା କରି କାଟନ୍ତୁ। କଟା ଆଳୁ ଓ କଟା ପିଆଜକୁ ଭଲ କରି ମିଶାଇ ଦେଇ ଏଥିରେ ସୁଜି ଆଉ ପାଣି ଦେଇ ଗୋଳାନ୍ତୁ।

ଏବେ ଗ୍ୟାସ୍‌ରେ ଏକ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପରେ ସେଥିରେ ରିଫାଇନ୍‌ ତେଲ ଭଲ କରି ଲଗାଇ ଦିଅନ୍ତୁ। ତାୱାରେ ତେଲ ଭଲ କରି ଗରମ ହେଲା

ପରେ ଗୋଳା ହୋଇ ରହିଥିବା ସୁଜିକୁ ପକାଇ ହାତରେ ଥାପି ଦେଇ ଏହାର ଚାରି ପାଖରେ ତେଲ ବୁଲେଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଏହାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଗରମା ଗରମ ‘ସୁଜି ଚକୁଳି’ ପରଷନ୍ତୁ।

ଆହୁରି ପଢ଼ନ୍ତୁ

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା

ତ୍ୱଚାରେ ଚମକ ଆଣିବା ସହ ବହୁ ରୋଗରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି

ଅଫିସରେ ଭଲ କର୍ମଚାରୀ ହେବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏଇ ଉପାୟ

ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ପିଆଜ ଦେବ କ୍ୟାନସରରୁ ମୁକ୍ତି!

ଜାଣନ୍ତି କି ଧନିଆର ଚତ୍ମକାରୀ ଗୁଣ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

You might also like