ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି।  ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି।  ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ।

ଥଣ୍ଡା ପାଣି

ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ହେଉଛି ତେବେ ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ ସେକିଲା ଭଳି କରନ୍ତୁ। ଏହା କଲେ କେବଳ ବିନ୍ଧା କମିବ ନାହିଁ ବରଂ ଦରଜ ଥିଲେ ମଧ୍ୟ ଏହା ଦୂର କରିବ।

ଥଣ୍ଡା ପାଣି ପଟି ବଦଳରେ ଆପଣ ବରଫ ମଧ୍ୟ ବ୍ୟବହାର କରିପାରିବେ। ଏକ କପଡ଼ାରେ ବରଫକୁ ବାନ୍ଧି ବିନ୍ଧୁଥିବା ଗଣ୍ଠି ବା ଅଣ୍ଟାରେ ରଖନ୍ତୁ। ଏହା ଆପଣଙ୍କୁ ଆରାମ ଦେବ ନିଶ୍ଚୟ।

ଆପଲ୍‌ ସାଇଡର୍‌ ଭିନେଗାର

ଆପଲ୍‌ ସାଇଡର୍‌ ଭିନେଗାରକୁ ମଧ୍ୟ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟାରୁ ଆରାମ ପାଇ ବ୍ୟବହାର କରିପାରିବେ। ଆପଣ ପ୍ରତିଦିନ ଏହାକୁ ଏକ କପ୍‌ ପାଣିରେ ମିଶାଇ ପିଇଲେ ଏଥିରୁ ମୁକ୍ତି ମିଳିଥାଏ। ଏହାକୁ ଅନ୍ୟ ଏକ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ। ଆପଣ ଆପଲ୍‌ ସାଇଡର୍‌ ଭିନେଗାର ନେଇ ନଡ଼ିଆ ତେଲରେ ମିଶାଇ ବିନ୍ଧୁଥିବା ଜାଗାରେ ମାଲିସ୍‌ କରନ୍ତୁ। ଏହା ମଧ୍ୟ ଆପଣଙ୍କୁ ଆରାମ ଦେବ।

ଅଦା

ଅଣ୍ଟା ପିଠି ବିନ୍ଧିବା ସମସ୍ୟାରେ ଅଦା ମଧ୍ୟ ବହୁତ ଲାଭ ଦେଇଥାଏ। ଅଦାରେ ଏକ ପ୍ରକାର ଔଷଧିୟ ଗୁଣ ରହିଥାଏ । ଯାହା ଦରଜ ବା ବିନ୍ଧା ହେଉଥିଲେ ଶୀଘ୍ର ମୁକ୍ତି ଦିଏ।

ଏଥିପାଇଁ ଆପଣ ଏକ ଚାମଚ ଅଦା ରସ ସହ ମହୁ ମିଶାଇ ପିଅନ୍ତୁ। ଏହା ସହ ଆପଣ ଅଦା ତେଲ ମଧ୍ୟ ଅଣ୍ଟାରେ ମାଲିସ୍‌ କରିପାରିବେ।

ଆହୁରି ପଢ଼ନ୍ତୁ

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଏହି ଆସନ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ

You might also like