ଗ୍ରୀନ୍‌ ମଟର ଚିକେନ୍‌ ଭାଜି

ଚିକେନ୍‌ ପ୍ରାୟତଃ ସମସ୍ତଙ୍କର ପସନ୍ଦର ଖାଦ୍ୟ। ଏଥିରେ ପ୍ରସ୍ତୁତ ବିଭିନ୍ନ ଡିସ୍‌ ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସମସ୍ତଙ୍କ ଫେଭରାଇଟ୍‌ ହୋଇଥାଏ। ଚିକେନ୍‌ରେ ପ୍ରସ୍ତୁତ ସୁଆଦିଆ ଚିକେନ୍‌ ମସଲା ସମେତ ଭଳିକି ଭଳି ଚିକେନର ଫାଷ୍ଟ ଫୁଡ୍‌ ଦେଖିଲେ ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ। କିନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ ସମୟ ଲାଗିଥାଏ। ହେଲେ କମ୍‌ ସମୟରେ ଚିକେନ୍‌ରେ ପ୍ରସ୍ତୁତ ହେଉଥିବା ଏକ ଆଇଟମ୍‌ ହେଉଛି ‘ଗ୍ରୀନ୍‌ ମଟର ଚିକେନ୍‌ ଭାଜି’। ଖାଲି ଏହା କମ୍‌ ସମୟରେ ପ୍ରସ୍ତୁତ ହୋଇନଥାଏ ବରଂ ଏଥିରେ କମ୍‌ ମସଲା ମଧ୍ୟ ବ୍ୟବହାର ହୋଇଥାଏ। ଯାହାକି ପାଟିକୁ ବେଶ୍‌ ସୁଆଦିଆ ଲାଗିଥାଏ।

ଗ୍ରୀନ୍‌ ମଟର ଚିକେନ୍‌ ଭାଜି ତିଆରି କରିବା ପାଇଁ  ଆବଶ୍ୟକୀୟ ସାମଗ୍ରୀ ବିଷୟରେ ଜାଣିରଖନ୍ତୁ।

ଆବଶ୍ୟକୀୟ ସାମଗ୍ରୀ:  ଦହି ସହ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌, ଗ୍ରୀନ୍‌ ମଟର, କଟା ପିଆଜ, ଗରମ ମସଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ତେଲ, ଆବଶ୍ୟକୀୟ ଅନୁସାରେ ପାଣି ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳି-

୧-ପ୍ରଥମେ ଚୁଲିରେ କଢ଼େଇ ବସାନ୍ତୁ। କଢ଼େଇ ଗରମ ହେଲା ପରେ ସେଥିରେ ତେଲ ପକାଇ କଟା ହୋଇଥିବା ପିଆଜ ପକାନ୍ତୁ।  ପିଆଜ ଗୁଡ଼ିକୁ ଲାଲ୍‌ ହେବା ଯାଏ ଭାଜନ୍ତୁ।

୨-ପିଆଜ ଲାଲ୍‌ ହୋଇଗଲେ ସେଥରେ ଗ୍ରୀନ୍‌ ମଟର ପକାନ୍ତୁ। ପିଆଜ ଓ ମଟର ଭଲରେ ଭାଜି ହୋଇଗଲେ ସେଥିରେ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ପକାଇ ଦିଅନ୍ତୁ। ତା ପରେ ସେଥିରେ ହଳଦୀ, ଆବଶ୍ୟକୀୟ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା ପକାଇ ଦିଅନ୍ତୁ।

୩-ଏହାପରେ ଅଳ୍ପ ଆଞ୍ଚରେ ଚିକେନ୍‌କୁ ଭଲ ଭାବେ ଗୋଳାନ୍ତୁ। କିଛ ସମୟ ପରେ ଅଳ୍ପ ପାଣି ଦେଇ ଚିକେନ୍‌ ସିଝିବା ପାଇଁ ଛାଡ଼ି ଦିଅନ୍ତୁ।

୪-କିଛି ସମୟ ପରେ ଚିକେନ୍‌ ସିଝି ସାରିଲା ପରେ ପ୍ରସ୍ତୁତ ହୋଇଯିବ ‘ଗ୍ରୀନ୍‌ ମଟର ଚିକେନ୍‌ ଭାଜି’।

୫-ଏହା ପରେ ଚିକେନ୍‌ର ଏହି ସ୍ୱାଦିଷ୍ଟ ବ୍ୟଞ୍ଜନକୁ ନିଜେ ଖାଇବା ସହ ଘରକୁ ଆସୁଥିବା ଅତିଥିଙ୍କୁ ପରଷନ୍ତୁ।

ଦେଖନ୍ତୁ ଭିଡିଓ

 

 

You might also like