ଖାସି ମାଂସ ମେଥି ଷ୍ଟ୍ରୁ

ସମସ୍ତଙ୍କୁ ମଟନ୍‌ ଖାଇବାକୁ ଭଲଲାଗେ। ମଟନ୍‌ ପ୍ରସ୍ତୁତ କରିବା ପାଇଁ ଅନେକ ପ୍ରକାର ପ୍ରଣାଳୀ ରହିଛି। କେହି କେହି ମଟନ୍‌କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି । କିନ୍ତୁ କେବେ ମଟନ୍‌ ବା ଖାସିମାଂସ ସହ କସ୍ତୁରୀ ମେଥିପତ୍ରର ସ୍ୱାଦ ଥିବା ଆଇଟମ୍‌ ଖାଇଛନ୍ତି କି ? ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ଅନ୍ୟ ସବୁ ପ୍ରଣାଳୀଠାରୁ ଅଲଗା ସହ ପାଟିକୁ ସୁଆଦିଆ ମଧ୍ୟ ଲାଗିଥାଏ। ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଖାସି ମାଂସ ମେଥି ଷ୍ଟ୍ରୁ।

ଖାସି ମାଂସ ମେଥି ଷ୍ଟ୍ରୁ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

ଖାସି ମାଂସ, ପିଆଜ, କସ୍ତୁରୀ ମେଥିପତ୍ର, ଅଦା ରସୁଣ ପେଷ୍ଟ, ହଳଦୀ, ତେଲ, ଲୁଣ,ଲଙ୍କା ଗୁଣ୍ଡ, ଗରମ ମସଲା ଏବଂ ଦହି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ହଳଦୀ ଗୁଣ୍ଡ ଗୋଳାଇ ୧ ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍‌ କରି ରଖନ୍ତୁ। ୧ ଘଣ୍ଟା ପରେ ସେଥିରେ ଅଦା ରସୁଣ ପେଷ୍ଟ, ଲଙ୍କାଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ, କଟା ପିଆଜ ଏବଂ ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା ପରେ ସେଥିରେ ଶୁଖିଲା କସ୍ତୁରୀ ମେଥିପତ୍ର ପକାଇ ଆଉ ଥରେ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏଥିରେ ପାଣି ଦେବାକୁ ପଡ଼େ ନାହିଁ। କାହିଁକି ନା ଏଥିରେ ଯେଉଁ ଦହି ମିଶିଥାଏ ଏହା ମାଂସକୁ ସିଝିବାରେ ସାହାଯ୍ୟ କରିଥାଏ।

ଏହା ପରେ ଏକ ପ୍ୟାନ୍‌ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ପୂର୍ବରୁ ଗୋଳା ହୋଇଥିବା ଖାସି ମାଂସକୁ ପ୍ୟାନ୍‌ରେ ପକାନ୍ତୁ। ତା’ ପରେ ମାଂସକୁ ଭଲ ଭାବରେ ଗୋଳାଇ ଢାଙ୍କୁଣୀ ଦେଇ କିଛି ସମୟ ପର୍ଯ୍ୟନ୍ତ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ମାଂସ ଟିକେ ସିଝି ଆସିଲେ ଆଉ ଥରେ ଏହାକୁ ଗୋଳାଇ ପୁଣି ଢାଙ୍କୁଣୀ ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। ମାଂସ ପୂରା ସିଝିଗଲା ପରେ ଏହାକୁ ଏକ ପ୍ଲେଟ୍‌ରେ କାଢ଼ି ନିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଖାସି ମାଂସ ମେଥି ଷ୍ଟ୍ରୁ। ଏହାକୁ ଭାତ କିମ୍ବା ରୁଟି ସହ ଖାଇ ପାରିବେ।

ଆହୁରି ପଢ଼ନ୍ତୁ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଜନ୍ମାଷ୍ଟମୀରେ ଉପବାସ ରଖୁଛନ୍ତି କି ? ତେବେ ଏହି ସବୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

You might also like