ଅଳ୍ପ ସମୟରେ ପ୍ରସ୍ତୁତ କରନ୍ତୁ ଦହି ମକେଇ

ସାଧାରଣତଃ ଆମେ ମକାକୁ ସିଝାଇ ବା ପୋଡ଼ି ଖାଇଥାଉ। କାହିଁକି ନା ଏହା ପାଟିକୁ ଭଲ ଲାଗିଥାଏ। କିନ୍ତୁ କେବେ ମକାରେ ପ୍ରସ୍ତୁତ ଦହି ମକେଇ ଖାଇଛନ୍ତି କି? ଖାଲି ଏହା ସ୍ୱାଦିଷ୍ଟ ନୁହେଁ, ଖୁବ୍‌ ଅଳ୍ପ ସମୟରେ ମଧ୍ୟରେ ହୋଇଥାଏ। ଏହାକୁ ଆପଣ ସକାଳ ଜଳଖିଆରେ ମଧ୍ୟ ଖାଇ ପାରିବେ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଦହି ମକେଇ।

ଆବଶ୍ୟକୀୟ ସାମଗ୍ରୀ….

ମକା, ଅଦା, ରସୁଣ କଞ୍ଚାଲଙ୍କା, ଦହି, ଧନିଆ ପତ୍ର, ଲୁଣ,ତେଲ, ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଗୋଲମରିଚ ଗୁଣ୍ଡ, କଞ୍ଚାଲଙ୍କା।

ପ୍ରଥମେ ମକାକୁ ଛଡ଼ାଇଦିଅନ୍ତୁ। ମକା ଦାନାକୁ ଅଳ୍ପ ଟିକେ ବାଟିଲା ହୋଇ ଆସିଲା ବେଳକୁ ସେଥିରେ ଅଦା, ରସୁଣ କଞ୍ଚାଲଙ୍କା ପକାଇ ବାଟି ଦିଅନ୍ତୁ। ତା’ ପରେ ବଟା ହୋଇଥିବା ମକା ପେଷ୍ଟରେ ଦହି, କଟା ଧନିଆ ପତ୍ର, ଲୁଣ, କଟା ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଏବଂ କଟା କଞ୍ଚାଲଙ୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ପେଷ୍ଟକୁ ଯେତେ ଭଲ ଭାବରେ ଗୋଳାଇବେ ତାହା ସେତେ ଅଧିକ ନରମ ହେବ।

ପ୍ୟାନ୍‌ରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ମକା ପେଷ୍ଟକୁ ପକାଇ ପିଠଉ ଭଳି କରିଦିଅନ୍ତୁ। ତା’ ପରେ ସିଝିବା ପାଇଁ ଅଳ୍ପ ସମୟ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ପିଠାର ଆରପାଖକୁ ଓଲଟାଇ ଦେଇ କିଛି ସମୟ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଦହି ମକେଇ। ଏହାକୁ ଏକ ପ୍ଲେଟ୍‌ରେ କାଢ଼ି ଚଟ୍‌ଣି କିମ୍ବା ସସ୍‌ ସହ ଖାଆନ୍ତୁ।

You might also like