ସହଜରେ ବାସନରୁ ଛଡ଼ାନ୍ତୁ ପୋଡ଼ା ଦାଗ

ଭୁବନେଶ୍ୱର: ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନ ଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ଜାଣିବା ସେମିତି କିଛି ଟିପ୍ସ।

୧. ଘରକୁ ଫୁଲରେ ସଜାଇବା ପାଇଁ ଜାମ୍‌ ଓ ସସ୍‌ର ଖାଲି ବୋତଲ ବ୍ୟବହାର କରନ୍ତୁ। ଏସବୁ ବୋତଲରୁ ଲେବଲ୍‌ ଛଡ଼ାଇବା ପାଇଁ ମିୟୋନିଜ୍‌ ଲଗାଇ ଘଷନ୍ତୁ। ଦେଖିବେ ଲେବଲ୍‌ ସହଜରେ ଛାଡ଼ିଯିବ।

୨. ଷ୍ଟିଲ୍‌, ପିତ୍ତଳ ଓ କପର୍‌ ବାସନକୁ ସଫା କରିବା ପାଇଁ ବେକିଂ ସୋଡ଼ା ବ୍ୟବହାର କରନ୍ତୁ।

୩. ରୋଷେଇ ବେଳେ ତେଲ ଓ ମସଲା ଆଦି ପଡ଼ି ଗ୍ୟାସ୍‌ରେ ଦାଗ ହୋଇଯାଏ। ଏହି ଦାଗ ହଟାଇବା ପାଇଁ ଆପଣ କାର୍‌ ୱାକ୍ସ ବ୍ୟବହାର କରିପାରିବେ।

୪. ଖାଦ୍ୟ ପୋଡ଼ିଗଲେ ଏହାର ପୋଡ଼ା ଦାଗ ବାସନରୁ ସହଜରେ ଛାଡ଼ି ନଥାଏ। ଏଥିପାଇଁ ଆପଣ ଭିନେଗାର୍‌ ବ୍ୟବହାର କରିପାରିବେ। ପ୍ରଥମେ ପୋଡ଼ା ବାସନରେ ଭିନେଗାର୍‌ ଓ ପାଣି ମିଶାଇ କିଛି ସମୟ ଗ୍ୟାସ୍‌ରେ ଫୁଟାନ୍ତୁ। ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ସଫା କରିବା ପରେ ଦେଖିବେ ପୋଡ଼ା ଦାଗ ସହଜରେ ଛାଡ଼ିଯିବ।

୫. ଘରର ଚଟାଣ ସଫା କରିବା ପାଇଁ କେମିକାଲ୍‌ ଯୁକ୍ତ ଲିକ୍ୱିଡ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ବ୍ୟାକ୍ଟେରିଆ ସହଜରେ ନଷ୍ଟ ହୋଇଥା’ନ୍ତି। କିନ୍ତୁ ଇଲେକ୍ଟ୍ରୋନିକ୍ସ ଜିନିଷ ସଫା କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।

୬. ଘର ସଫା କରିବା ସମୟରେ ଅଦରକାରୀ ଜିନିଷ ଫିଙ୍ଗି ଦିଅନ୍ତୁ। ପୁରୁଣା ମେକଅପ୍‌ କିଟ୍‌, ଔଷଧ ଓ ରୋଷେଇ ଦ୍ରବ୍ୟକୁ ଘରେ ରଖନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଏହି ଆସନ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ , ପାଖ ମାଡ଼ିନଥାଏ ଏହିସବୁ ସମସ୍ୟା

You might also like