ଘରେ ତିଆରି କରନ୍ତୁ ଢ଼ାବା ଷ୍ଟାଇଲ୍ ମୁର୍ଗ ଜାଫରାନୀ | Murg Jafrani Recipe

How To Prepare Murg Jafrani:

ଆବଶ୍ୟକ ସାମଗ୍ରୀ: 

ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ।

Murg Jafrani in odia
Murg Jafrani

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ କଷନ୍ତୁ। କିଛି ସମୟ ପରେ ସେଥିରେ ଦହି, ଲୁଣ ଓ କାଜୁ ବଟା ପକାଇ କଷନ୍ତୁ। ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷନ୍ତୁ। ଏବେ ଏଥିରେ ଚିକେନ୍‌ ପକାନ୍ତୁ। ଆବଶ୍ୟକ ଅନୁସାରେ, ପାଣି ଦେଇ ଚିକେନ୍ ସିଝି ତେଲ ବାହାରିବା ପର୍ଯ୍ୟନ୍ତ କଷନ୍ତୁ। ତା’ପରେ ଏଥିରେ ଚିକେନ୍ ମସଲା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ କେଶର ପକାଇ ଅଳ୍ପ ଆଞ୍ଚରେ ଗୋଟିଏ ମିନିଟ ରାନ୍ଧନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୁର୍ଗ ଜାଫରାନୀ’। ଏହାକୁ ପ୍ଲେଟରେ କାଢ଼ି ଉପରେ ସିଝା ଅଣ୍ଡା କଟା ଓ କଟା ଧନିଆ ପତ୍ର ଦେଇ ଗାର୍ନିସ୍‌ କରନ୍ତୁ। ଏହାକୁ ଗରମ ଗରମ ରୁଟି, ନାନ୍‌ କିମ୍ବା ପରଟା ସହ ଖାଆନ୍ତୁ।

Also Read: How to Prepare Mati Handi Posta Chicken

ଆହୁରି ପଢ଼ନ୍ତୁ

‘ସ୍ୱିଟି ଚିକେନ୍‌’: How to make Sweety Chicken

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

କଲରା ପତ୍ର ଆଳୁ ବେସର | Kalara Patra Alu Besara

ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍ | How to Prepare Butterfly Chicken Recipe

ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ | Chutney Aloo Chat Without Onion

ବିନା ପିଆଜରେ ବନାନ୍ତୁ ପନିର ମସାଲା | Paneer Masala Recipe Without Onion

ମାଟି ହାଣ୍ଡି ପୋସ୍ତ ଚିକେନ୍‌ | Mati Handi Posta Chicken

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’ | Paneer Pulao Recipe in Odia

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’ | Shahi Parwal Without Onion & Garlic

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା | Kadali Patra Sukha Kankada

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଏଗ୍‌ କୋରମା | Prepare Egg Kurma in Home

ଘରେ ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ପାମ୍ପଲେଟ୍‌’ | Tandoor Pamplet

You might also like