କୋଳି ନା ବଟିକା! ଚୁଟ୍‌କିରେ ଭଲ କରିଦେବ ଏତେ ଗୁଡ଼ିଏ ରୋଗ !

ବର୍ଷାଦିନେ ଜାମୁକୋଳିର ମଜା ସମସ୍ତେ ନିଅନ୍ତି। ଏହା ପାଟିକୁ ସୁଆଦିଆ ଯେମିତି ଶରୀର ପାଇଁ ହିତକର ବି ସେମିତି। ଏହା କୋଳି ନୁହେଁ ତ ଯେପରି ଏକ ରୋଗ ଉପଶମକାରୀ ଏକ ଟାବଲେଟ୍‌। ଅନେକ ପ୍ରକାର ରୋଗକୁ ଭଲ କରିବାର ଗୁଣ ଜାମୁକୋଳିରେ ଅଛି। ତେବେ ଆସନ୍ତୁ ଜାଣିବା ଜାମୁକୋଳିର ଔଷଧୀୟ ଗୁଣ ବିଷୟରେ।

Related image

  • ମଧୁମେହ ବା ଡାଇବେଟିସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଜାମୁକୋଳି ଅତ୍ୟନ୍ତ ଉପକାରୀ। ଏହିଭଳି ରୋଗୀଙ୍କ ଶରୀରରେ ସୁଗାର ବା ସର୍କରା ଅଧିକ ଥିବାରୁ ବାରମ୍ବାର ପରିସ୍ରା କିମ୍ବା ଶୋଷ ଲାଗିଥାଏ। ଆଉ ଜାମୁକୋଳି ଏଥିପାଇଁ ଏକ ଅମୋଘ ଔଷଧ ଭଳି କାମ କରିଥାଏ। ଏହି କୋଳି ଖାଇବା ଦ୍ୱାର ଏ ସବୁ ସମସ୍ୟା ନିୟନ୍ତ୍ରଣକୁ ଆସିଯାଇଥାଏ।

Related image

  • ଜାମୁକୋଳିରେ ମିଳୁଥିବା ପୋଟାସିୟମ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଫଳରେ ବ୍ୟକ୍ତିର ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ବା ହୃଦ୍‌ଘାତ ଭଳି ରୋଗ ଆୟତକୁ ଆସିଥାଏ।
  • ଜାମୁକୋଳିରେ ଥିବା ଔଷଧୀୟ ଗୁଣ ଶରୀରରେ ରକ୍ତ ସ୍ତର ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିଥାଏ। ଏଥିପାଇଁ ଡାକ୍ତରମାନେ ରକ୍ତ କମ୍‌ ଥିବା ରୋଗୀଙ୍କୁ ଅନେକ ସମୟରେ ଜାମୁକୋଳି ଖାଇବାକୁ ପରାମର୍ଶ ଦେଇଥାନ୍ତି।Image result for Java Plum
  • ଯଦି ହଜମ ଶକ୍ତି ଦୁର୍ବଳ କିମ୍ବା ସେ ସମ୍ପର୍କିତ କୌଣସି ରୋଗ ଥାଏ ତେବେ ଏଥିପାଇଁ ଜାମୁକୋଳି ଖୁବ୍‌ ଭଲ ଔଷଧ। ଜାମୁକୋଳିରେ କ୍ୟାଲସିୟମ, ପୋଟାସିୟମ ଓ ଆଇରନ ଭଳି ଅନେକ ଭିଟାମିନ ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ କ୍ରିୟାଶୀଳ କରେ।

 

  • ଜାମୁକୋଳି ପାଟି ଘାଆ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ। ଏଥିସହିତ ଆବଶ୍ୟକ ପରିମାଣରେ ଜାମୁକୋଳି ଖାଇଲେ ପେଟ ସମସ୍ୟା ଦୂର ହୁଏ।

Image result for Java Plum

  • ବାନ୍ତି ଓ ଡାଏରିଆ ଭଳି ରୋଗରେ ଜାମୁ ରସ ପାଣିରେ ମିଶାଇ ପିଇଲେ ତୁରନ୍ତ ଲାଭ ମିଳିଥାଏ। ଏଥିପାଇଁ ଆପଣ ଚାହିଁଲେ ଜାମୁ ସିଜିନ୍‌ରେ ଏହାର ରସ ସଂଗ୍ରହ କରି ଉପଯୁକ୍ତ ବ୍ୟବସ୍ଥାରେ ଏହାକୁ ରଖିପାରିବେ।  ବାନ୍ତି ଓ ଡାଏରିଆ ସମୟରେ ଏହାକୁ ସେବନ କଲେ ଉପକାର ପାଇବେ।Image result for java plum

 

 

ଆହୁରି ପଢ଼ନ୍ତୁ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଏହି ଆସନ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ , ପାଖ ମାଡ଼ିନଥାଏ ଏହିସବୁ ସମସ୍ୟା

You might also like