ଖରାଦିନରେ ଆରାମଦାୟକ ଡ୍ରେସ ସର୍ଟ୍ସ; ପୁରୁଷମାନେ ବି ମୋହରେ ପଡିଲେଣି
ଖରା ବଢିଲାଣି। ଅସହ୍ୟ ହେଲାଣି ହିଟ୍ ୱେଭ। ଗରମରୁ ମୁକ୍ତି ମିଳିବାର ବାଟ ସମସ୍ତେ ଖୋଜୁଛନ୍ତି। ଅଫିସ ବାହାରିବା ବେଳେ ହେଉ, କିମ୍ବା ମାର୍କେଟ ଯିବା ବେଳେ ହେଉ, ଆଗର ସେ ଷ୍ଟାଇଲିଶ୍…ଫ୍ୟାଶନେବୁଲ୍ ଡ୍ରେସ ଆଉ ଚଳୁନି। ଏବେ ଦରକାର କମ୍ଫର୍ଟେବୁଲ୍ ପୋଷାକ।
ଖାଲି ମହିଳାମାନେ ଯେ କେବଳ ସର୍ଟ୍ସ ପିନ୍ଧିବାକୁ ପସନ୍ଦ କରନ୍ତି ତାହା ନୁହେ, ପୁରୁଷମାନେ ମଧ୍ୟ ଏହାର ମୋହରେ ପଡିଲେଣି । ଗ୍ରୀଷ୍ମର ପ୍ରଭାବରୁ ନିଜକୁ ମୁକ୍ତିଦେବାକୁ ପୁରୁଷମାନେ ସର୍ଟ୍ସ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଏହା ଦେହକୁ ଥଣ୍ଡା ରଖିବା ସହ ଏକ ଭିନ୍ନ ଲୁକ୍ସ ମଧ୍ୟ ପ୍ରଦାନ କରେ ।
ଅନେକ ନାମିଦାମି କମ୍ପାନୀ ଯଥା ଡୋଲ୍ସ ଓ ଗବ୍ବାନା, ଭର୍ସେସ୍, ଡିଓର୍, ଗୁସ୍ସି ଆଦି ଭିନ୍ନ ଭିନ୍ନ ପ୍ରିଣ୍ଟେଡ୍ ଓ ଷ୍ଟାଇଲିସ୍ ସର୍ଟ୍ସ ତିଆରି କରୁଛନ୍ତି । ଆମ ସେଲିବ୍ରିଟିମାନେ ମଧ୍ୟ ଏହି ଦୌଡରେ ଯୋଗ ଦେଉଥିବା ଦେଖାଯାଏ । ସାଉଥ୍ ସୁପର୍ଷ୍ଟାର୍ ବିଜୟ ଦେୱରାକୋଣ୍ଡା ଏଥିରେ ପ୍ରଶଂସା ରଖୁଥିବା ଦେଖିବାକୁ ମିଳେ । ତାଙ୍କୁ ଅନେକ ସମୟରେ ମ୍ୟାଚିଂ ଟି-ସାର୍ଟ୍ ସହିତ ସର୍ଟ୍ସ ପିନ୍ଧିବା ଦେଖିବାକୁ ମିଳେ । ସୈଫ୍ ଅଲି ଖାନ୍ଙ୍କ ପୁଅ ଇବ୍ରାହିମ୍ ମଧ୍ୟ ପସନ୍ଦ କରନ୍ତି ହେନ୍ଲି ଟି-ସାର୍ଟ୍ ସହିତ ସର୍ଟ୍ସ ପିନ୍ଧିବାକୁ ।
ବ୍ରାଇଟ୍ କଲର୍ ସକ୍ସ ଓ ଜୋତା ସହିତ ସର୍ଟ୍ସ ପିନ୍ଧିଲେ ଅତ୍ୟନ୍ତ ସୁନ୍ଦର ଲାଗେ ବୋଲି କହନ୍ତି ଷ୍ଟାଇଲିଷ୍ଟ ସାହିଲ୍ ଗୁଲାଟି । କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ବ୍ରାଇଟ୍ ବ୍ଲେଜର୍ ସହିତ ମଧ୍ୟ ସର୍ଟ୍ସ ପିନ୍ଧାଯାଇ ପାରିବ।