ଆପଣ ଜୀବନରେ ପଛେଇ ଯାଉଛନ୍ତି କି ? କ’ଣ କଲେ ଏଭଳି ସ୍ଥିତିରୁ ସୁଧୁରିବେ ?

ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ନ ଆଣିବା ଓ ଆତ୍ମସମୀକ୍ଷା ଅଭାବରୁ ଉନ୍ନତି ବିଳମ୍ବ ହୋଇଯାଏ I ଯାହା ମଣିଷକୁ ମାନ୍ଦା ଆଉ ଅଳସୁଆ କରିଦିଏ I ଏହା ଦ୍ୱାରା ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଏ I ଏଭଳି ସ୍ଥିତି ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ I ଏଥିରୁ ସୁଧୁରିବା ପାଇଁ କଣ କରିବା ଦରକାର ? ପଢନ୍ତୁ ଏହି ସୁନ୍ଦର କାହାଣୀ

ଗୋଟେ ତୁଳା କାରଖାନାର ମାଲିକ ତାଙ୍କ ଶ୍ରମିକମାନଙ୍କ ଠାରୁ ଭଲ କାମ ହାସଲ କରିପାରୁ ନଥିଲେ । କ୍ରମେ କ୍ରମେ କାରଖାନାର ଉତ୍ପାଦନ କମି କମି ଆସି ସ୍ଥିତି ଦେବାଳିଆ ହେବା ଅବସ୍ଥାକୁ ଆସିଲା I ମାଲିକ ନିଜେ ସବୁ ବିଭାଗ ବୁଲି ଭୁଲ କେଉଁଠି ଅନୁଧ୍ୟାନ କରିବାକୁ ଲାଗିଲେ I କାରଖାନାର ମାଲିକ ତାଙ୍କ ମ୍ୟାନେଜରଙ୍କୁ ପଚାରିଲେ ‘ଆପଣଙ୍କ ଭଳି ଦକ୍ଷ ଲୋକ ଥାଉ ଥାଉ ଉତ୍ପାଦନ କାହିଁକି ଏତେ ଭଲ ହେଉନାହିଁ’। ମ୍ୟାନେଜର ଉତ୍ତର ଦେଲେ ‘ଆଜ୍ଞା, ଶ୍ରମିକମାନଙ୍କୁ ପାରିହେଉନି।’। ମ୍ୟାନେଜରଙ୍କ ଉପସ୍ଥିତିରେ ମାଲିକ କିଛି ଶ୍ରମିକଙ୍କୁ ଡାକିଲେ ଆଉ ଭଲ ମନ୍ଦ ପଚାରିଲେ I

ଶ୍ରମିକମାନେ ସବୁ ଠିକ ଠାକ ଚାଲିଛି ବୋଲି ଉତ୍ତର ଦେଲେ I ସେତେବେଳେ ଉକ୍ତ ଶ୍ରମିକମାନଙ୍କର ସିଫ୍ଟ ସମୟ  ସରି ଆସୁଥିଲା I ମାଲିକ ଜଣେ ଶ୍ରମିକଙ୍କୁ ଡାକି ପଚାରିଲେ ଆଜି କେତେ କୁଇଣ୍ଟାଲ ପ୍ୟାକ ହୋଇଛି I ଶ୍ରମିକମାନେ 10 କୁଇଣ୍ଟାଲ ବୋଲି ଉତ୍ତର ଦେଲେ ଓ ମ୍ୟାନେଜର ହଁ ବୋଲି ଭରିବାରୁ ମାଲିକ ଠିକ ଅଛି ବୋଲି କହିଲେ ଏବଂ ଅସ୍ଥାୟୀ ନୋଟିସ ବୋର୍ଡ଼ରେ 10 ଲେଖି କାହାକୁ କିଛି ନ କହି ଚାଲିଗଲେ I

ସନ୍ଧ୍ୟା ସିଫ୍ଟର ଶ୍ରମିକମାନେ ଆସି କାର୍ଯ୍ୟରେ ଯୋଗ ଦେବା ପରେ ଅସ୍ଥାୟୀ ନୋଟିସ ବୋର୍ଡ଼କୁ ଚାହିଁ 10 କାହିଁ ଲେଖା ହୋଇଛି ବୋଲି କହିଥିଲେ I ମ୍ୟାନେଜର କହିଲେ ଏହା ଦିନ ସିଫ୍ଟର ଉତ୍ପାଦନ I ସନ୍ଧ୍ୟା ସିଫ୍ଟ ଶ୍ରମିକ ମନେ ମନେ ଟାର୍ଗେଟ ନେଲେ ଯେ ଆମେ ସନ୍ଧ୍ୟା ଵାଲା ଦିନ ଵାଲାଙ୍କ ଠାରୁ  ଅଧିକ କାମ କରିବୁ ଓ କଲେ ମଧ୍ୟ I କାମ ସରିବା ପରେ 10  ସଂଖ୍ୟାରୁ 0 କୁ  ଲିଭାଇ 2  ବୋଲି ଲେଖି ଚାଲିଗଲେ I ମ୍ୟାନେଜର ସକାଳୁ ଆସି 12 ଦେଖି ଖୁସି ହେଲେ I

ଦୁଇ ତିନି ଦିନ ପରେ ଅସ୍ଥାୟୀ ନୋଟିସ ବୋର୍ଡ଼ରେ 10 ବଦଳି 20 ହୋଇଗଲା I ଶ୍ରମିକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଏପରି ଭାବରେ ବଢିବାରୁ କାରଖାନାର ଉତ୍ପାଦନ ମଧ୍ୟ ବଢିବାକୁ ଲାଗିଲା । କିଛି ମାସ ପରେ କାରଖାନାର ଉତ୍ପାଦନ 3 ଗୁଣ ବଢିଗଲା I ଦେବାଳିଆ ସ୍ଥିତି ବଦଳି କାରଖାନା ଲାଭରେ ଚାଲିଲା I

ଏଥିରୁ ଏହି ଶିକ୍ଷା ମିଳିଲା ଯେ କାମ ହାସଲ କରିବାକୁ ହେଲେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାକୁ ହେବ । ପ୍ରତିଯୋଗିତା ଫଳରେ ହିଁ ଉନ୍ନତି ହୋଇପାରେ । ତେଣୁ ଆପଣ ମଧ୍ୟ ଏହାକୁ ଆପଣଙ୍କ କର୍ମ କ୍ଷେତ୍ରରେ ପ୍ରଯୋଗ କରନ୍ତୁ ।

ଦ୍ୱିତୀୟ କଥା ହେଉଛି ସବୁ ଜିନିଷ ବା କାର୍ଯ୍ୟର ଲିଖିତ ରେକର୍ଡ ରହିବା ଜରୁରୀ I ଲେଖିବା ଦ୍ୱାରା ଏହା ସିଧା ମନ ଉପରେ ପ୍ରଭାବ ପକାଇଥାଏ ଓ ଆଗକୁ ବଢ଼ିବା ପାଇଁ ବାଟ କଢ଼ାଇଥାଏ ବୋଲି ମନୋବିଜ୍ଞାନୀ ମାନେ କହିଛନ୍ତି I ଆପଣ ମଧ୍ୟ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଏହାକୁ ପ୍ରୟୋଗ କରି ପାରିବେ I ଆପଣ ପ୍ରତିଦିନର କାର୍ଯ୍ୟ ଶୋଇବା ପୂର୍ବରୁ ଡାଏରୀରେ ନିଶ୍ଚିତ ଭାବେ ଲେଖନ୍ତୁ ଓ ଅନୁଶୀଳନ କରନ୍ତୁ ; ଆପଣ ଆଜି କ’ଣ କରିଛନ୍ତି ? ଆଉ ଅଧିକ କ’ଣ କରାଯାଇପାରିଥା’ନ୍ତା ? କେଉଁଠି ଭୁଲ ରହି ଯାଇଛି ? ଅନ୍ୟ କେହି ଆଙ୍ଗୁଳି ଉଠାଇବା ପୂର୍ବରୁ ନିଜେ ଦୋଷ ତ୍ରୁଟି ସୁଧାରି ନେବା ଉଚିତ I ଦେଖିବେ ଆପଣଙ୍କର ବ୍ୟକ୍ତିଗତ ଭାବେ ମଧ୍ୟ ବହୁତ ଉନ୍ନତି ହେବ I

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like