ଏହି ତିନୋଟି ଜିନିଷରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଛେନା ମୁଡୁକି

ଛେନା ତରକାରୀ, ରସଗୋଲା ଏବଂ ଛେନାରେ ତିଆରି ହୋଇଥିବା ଅନେକ ଆଇଟମ୍‌ ଆପଣ ଖାଇଥିବେ। କିନ୍ତୁ କେବେ ଛେନାରେ ତିଆରି ମୁଡୁକି ଖାଇଛନ୍ତି କି? ଏହାର ସ୍ୱାଦ ସବୁ ମିଠା ଜିନିଷ ଠାରୁ ଅଲଗା ହୋଇଥାଏ। ତେବେ ବହୁତ କମ୍‌ ସାମଗ୍ରୀରେ ଆଜି ଘରେ ପ୍ରସ୍ତୁତ କରନ୍ତୁ ଛେନା ମୁଡୁକି।

ଜାଣନ୍ତୁ ,ଛେନା ମୁଡକି ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ବିଷୟରେ 

ପନୀର-୨୦୦ଗ୍ରାମ,

ଚିନି-୩୫୦ ଗ୍ରାମ ଏବଂ ପାଣି-ତିନି କପ୍‌

ପ୍ରଥମେ ଏକ ଗଭିରିଆ ପ୍ୟାନ୍‌ ନେଇ ସେଥିରେ ଚିନି ପକାଇ ଗ୍ୟାସରେ ବସାନ୍ତୁ। ତା ପରେ ସେଥିରେ ପାଣି ପକାଇ ଚିନି ସମ୍ପୂର୍ଣ ମିଳାଇବାକୁ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଗୋଳାଉଥିବେ। ଏହା ନ କଲେ ଚିନି ତଳକୁ ଲାଗିଯିବ। ଚିନି ମିଳେଇ ଗଲା ପରେ ସେଥିରେ ପନିର ଖଣ୍ଡ ପକାନ୍ତୁ। ପନୀରକୁ ଆପଣଙ୍କ ଇଛା ଅନୁସାରେ ଯେ କୌଣସି ସାଇଜ୍‌ର କାଟି ପାରିବେ ଓ ପନୀରକୁ ମଧ୍ୟ ଘରେ ତିଆରି କରିପାରିବେ ନହେଲେ ବଜାରରେ ମିଳୁଥିବା ପନୀର ମଧ୍ୟ ବ୍ୟବହାର କରିପାରିବେ। ତା ପରେ ଏହାକୁ ଗ୍ୟାସ୍‌ରେ କମ୍‌ ଫ୍ଲେମ୍‌ରେ ରଖି ଫୁଟିବାକୁ ଦିଅନ୍ତୁ। ମଝିରେ ମଝିରେ ଏହାକୁ ହାଲକା ଭାବେ ଗୋଳାଉଥିବେ। ନ ହେଲେ ଚିନି ସିରା ତଳେ ଲାଗିଯାଇପାରେ ଓ ପନୀର ମଧ୍ୟ ଭାଙ୍ଗିଯାଇପାରେ। ଏହାକୁ ୨୦ ରୁ ୨୫ ମିନିଟ ଯାଏ ଗ୍ୟାସ୍‌ରେ ବସାନ୍ତୁ। ଏହାକୁ ମଝିରେ ମଝିରେ ଗୋଳାଉଥିବେ। ଯଦି ସିରା ଟିକେ କମି ଆସିଥାଏ , ତାହାଲେ ସେଥିରେ ଗୋଟେ କପ୍‌ ବା ଅଧା କପ୍‌ ଗରମ ପାଣି ଦେଇ ପାରିବେ।

ଏହା ପରେ ଆଉ ଏକ ପ୍ୟାନ୍‌ରେ ଅଳ୍ପ ଚିନି ନେଇ ତାକୁ କ୍ୟାରମଲାଇସ୍‌ ବା ମେଲ୍ଟ କରନ୍ତୁ। ଚିନି କ୍ୟାରମଲାଇସ୍‌ କଲାବେଳେ ଏଥିରେ ପାଣି ଦେବେ ନାହିଁ। ଅଳ୍ପ ଫ୍ଲେମ୍‌ରେ ଏହାକୁ ବାରମ୍ବାର ଗୋଳାଇ ପ୍ରସ୍ତୁତ କରିବେ। କିଛି ସମୟ ପରେ ଚିନି କ୍ୟାରମଲାଜ୍‌ ହେଇଗଲା ପରେ ତାହାକୁ ଫୁଟୁଥିବା ପନୀରରେ ପକାନ୍ତୁ। ଏହା କଲେ ପନୀର ଭଲ କଲର ଆସିବ। କ୍ୟାରମେଲକୁ ପକାଇ ବାରମ୍ବାର ଗୋଳାନ୍ତୁ। ଏହାଦ୍ୱାରା ଚିନି ସିରାରେ କ୍ୟାରମେଲ ଭଲଭାବେ ମିଶିଯିବ। କିଛି ସମୟ ପରେ ଦେଖିବା ମୁଡୁକିର ସଠିକ କଲର ଆସିଯିବ। ତା ପରେ ସିରା ପତଳା ଥିବା ସମୟରେ ମୁଡୁକିକୁ ବାହାର କରିବେ। ଏହା ନ କଲେ ମୁଡୁକି ଅଧିକା ଟାଣ ହୋଇଯିବ। ବଳିଥିବା ସିରାକୁ ପରେ ମୁଡୁକି ତିଆରି କରିବାପାଇଁ ବ୍ୟବହାର କରିପାରିବେ ବା ଅନ୍ୟ କିଛି ତିଆରି ମଧ୍ୟ କରିପାରିବେ।

ଏହା ପରେ ମୁଡୁକିକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ। ଥଣ୍ଡା ହେଲା ପରେ ପ୍ରସ୍ତୁତ ହୋଇଯିବ। ଛେନା ମୁଡୁକି। ତା ପରେ ଛେନା ମୁଡୁକିର ମଜା ନିଜେ ନେବା ସହ ଅନ୍ୟ ମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ।

ସୌଜନ୍ୟ-ଓଡିଆ ଫୁଡ୍‌

ଆହୁରି ପଢ଼ନ୍ତୁ

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା

ତ୍ୱଚାରେ ଚମକ ଆଣିବା ସହ ବହୁ ରୋଗରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି

ଅଫିସରେ ଭଲ କର୍ମଚାରୀ ହେବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏଇ ଉପାୟ

ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ପିଆଜ ଦେବ କ୍ୟାନସରରୁ ମୁକ୍ତି!

ଜାଣନ୍ତି କି ଧନିଆର ଚତ୍ମକାରୀ ଗୁଣ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

You might also like