କୋଭିଡ୍ ବେଳେ କିପରି ଡାଇବେଟିସ୍ ଉପରେ କରିବେ ନିୟନ୍ତ୍ରଣ
ବିଶ୍ୱରେ ଆତଙ୍କ ଖେଳାଇଛି କୋଭିଡ୍- ୧୯। ଦିନକୁ ଦିନ ବଢୁଛି ଏହାର ପ୍ରକୋପ। ଜୀବନ ନେଉଛି, ତା ସାଙ୍ଗକୁ ଲୋକଙ୍କ ଜୀବନକୁ କଣ୍ଟକିତ କରୁଛି । ବିଶେଷକରି ଯେଉଁମାନେ ଡାଏବେଟିସ୍, ହାର୍ଟ, ଲିଭର, କିଡନୀ ସମସ୍ୟା ଜନିତ ରୋଗ ରହିଛି ସେମାନଙ୍କ ପାଇଁ ବେଶି ବିପଦ ରହିଛି । ଏପରି ପରିସ୍ଥିତିରେ କେବଳ ସଚେତନତା ହିଁ ଆମକୁ କରୋନାଠାରୁ ଦୂରେଇ ରଖି ପାରିବ। କରୋନା କାଳରେ ଡାଇବେଟିସ୍ ରୋଗ ପ୍ରତି କଣ ସଜାଗ ହେବାକୁ ପଡ଼ିବ ଆସନ୍ତୁ ଜାଣିବା
କରୋନା କାଳରେ ଡାଇବେଟିସ୍ ପାଇଁ ୭ଟି ଟିପ୍ସ
୧. ଶରୀରର ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବେ। କାରଣ ରକ୍ତ ଶର୍କରା ବା ବ୍ଲଡ୍ ସୁଗାର ବଢ଼ିଲେ କରୋନା ସଂକ୍ରମଣର ଭୟ ରହିଥାଏ। ତେଣୁ ଯଥାସମ୍ଭବ ଡାଇବେଟିସ୍ ରୋଗ ପ୍ରତି ସଜାଗ ରହିବା ଉଚିତ୍।
୨. ନିୟମିତ ବ୍ଲଡ୍ ସୁଗାର ପରୀକ୍ଷା କରାଇନେବେ। ସୁଷମ ଖାଦ୍ୟ ଗ୍ରହଣ କରିବେ।
୩. ଡାଇବେଟିସ୍ ବାହାରିଲେ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ସେବନ କରିବେ। ପ୍ରତ୍ୟହ ଶାରୀରିକ ବ୍ୟାୟାମ କରିବ।
୪. ଡାଇବେଟିସ ଔଷଧ ସହ ବ୍ଲଡ୍ ପ୍ରେସର ମେଡିସିନ୍ ଖାଉଥିଲେ ଉଭୟ ଔଷଧ ଖାଇବାକୁ ଭୁଲିବେ ନାହି।
୫. ଡାଇବେଟିସ୍ ରୋଗୀ ପ୍ରତି ୨ ଘଣ୍ଟାରେ ଅଢ଼େଇ ଲିଟର ପାଣି ପିଇବା ଉଚିତ।
୬. ବ୍ଲଡ୍ ସୁଗାର ଅଧିକ ରହୁଥିଲେ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଇନସୁଲିନ୍ ନେବ।
୭. ମାନସିକ ଚିନ୍ତାରୁ ସବୁବେଳେ ଦୂରରେ ରହିବେ, ମନ ଫୂର୍ତ୍ତି ରଖିବେ, ଚାପମୁକ୍ତ ରହିବ।