ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ।

ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି ହୋଇଛି , ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ ପାଣିକୁ ଗରମ କରି ମଧ୍ୟ ପିଇ ପାରିବେ। ଏହା ଦ୍ୱାରା ଗ୍ୟାସ୍‌ ଓ ଏସିଡିଟି ସମସ୍ୟା ଦୂର ହୋଇପାରିବ।

କଦଳୀ : ଏସିଡିଟି ବେଳେ କଦଳୀ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କଦଳୀର ଆଲ୍‌କାଇନ୍‌ ଗୁଣ ପେଟରେ ଏସିଡିଟିକୁ କମାଇ ଦେଇଥାଏ। ଯେତେବେଳେ ଖଟା ହାକୁଟି ଆସୁଛି ତ ତୁରନ୍ତ କଦଳୀ ଖାଆନ୍ତୁ।

ଲେମ୍ୱୁ ଓ ବେକିଂ ସୋଡ଼ା: ଏକ ଗ୍ଲାସ୍‌ ଥଣ୍ଡା ପାଣିରେ ଏକ ଚାମଚ ଲେମ୍ୱୁ ରସ ପକାନ୍ତୁ। ପୁଣି ଏଥିରେ ୧ ଚାମଚ ବେକିଂ ସୋଡ଼ା ପକାଇ ତୁରନ୍ତ ପିଅନ୍ତୁ। ଏଥିରେ ଏସିଡିଟି ଦୂର ହୋଇଯିବ।

ଅଦା: ପେଟରେ ଜ୍ୱଳନ ହେଲେ , ଏପରି ସ୍ଥିତିରେ ଅଦାର ଏକ ଛୋଟ ଖଣ୍ଡ ନେଇ ଚୋବାନ୍ତୁ। ଏଥିରେ ଆରାମ ଲାଗିବ। ଏହା ବ୍ୟତୀତ ୧ଚାମଚ ମହୁ ମହ ଅଦା ରସମିଶାଇ ପିଅନ୍ତୁ।

ଥଣ୍ଡା କ୍ଷୀର : ଯେଉଁ ଲୋକଙ୍କୁ ସବୁବେଳେ ଏସିଡିଟିର ସମସ୍ୟା ଥାଏ, ସେ ପ୍ରତିଦିନ ୧ ଗ୍ଲାସ୍‌ ଥଣ୍ଡା କ୍ଷୀର ପିଇଲେ ଖୁବ୍ ଭଲ। କ୍ଷୀର ପେଟକୁ ଯାଇ ଏସିଡିଟିକୁ ନ୍ୟୁଟିଲାଇଟ୍‌ କରିଥାଏ ଓ ପେଟକୁ ଥଣ୍ଡା ରଖିଥାଏ ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

You might also like