• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନ୍ୟୁୟର୍କ : ଗବେଷକମାନେ ଏବେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ପ୍ରଦାନ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୂତ୍ର ଓ ଶ୍ୱସନ ତନ୍ତ୍ର ସଂକ୍ରମିତ ହୋଇଥିବ, ତାଙ୍କ ପକ୍ଷରେ ଷ୍ଟ୍ରୋକର ଆଶଙ୍କା ୨ଗୁଣା ବଢିଯାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ରୋଗୀ ଯଦି ବାରମ୍ୱାର ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବଂ ଅଧିକ ଦିନ ଧରି ଏ ସଂକ୍ରମଣ ଲାଗି ରହେ, ତାହେଲେ କମିବା ବଦଳରେ ଏହାର ପ୍ରଭାବ ବଢି ବଢି ଯାଏ। ଶେଷରେ ରୋଗୀର ମୃତ୍ୟୁ ହୁଏ।

ଗବେଷଣାରୁ ଜଣାଯାଇଛି ଯେ, ଶ୍ୱସନ ତନ୍ତ୍ର ଓ ପରିସ୍ରା ନଳୀ ସଂକ୍ରମଣରେ ଯେଉଁ ଲୋକ ଡାକ୍ତଖାନାରେ ଭର୍ତ୍ତି ହୁଅନ୍ତି, ସେମାନଙ୍କୁ ୪୦% ଅଧିକ ହୃଦଘାତ ହେବାର ଆଶଙ୍କା ଥାଏ। ଏବଂ ୨.୫%ରୁ ଅଧିକ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ। ଯେଉଁମାନେ ଏ ପ୍ରକାର ସଂକ୍ରମଣର ଶିକାର ନହୋଇ, ଡାଇବେଟିସ୍, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍‌ ସମସ୍ୟା ଜନିତ ରୋଗରେ ପୀଡିତ ଥାଆନ୍ତି, ସେମାନଙ୍କ ଠାରେ ମଧ୍ୟ ଏ ପ୍ରଭାବ ଦେଖାଦେଇଥାଏ।

ବ୍ରିଟେନ୍‌ର ଏଷ୍ଟନ୍ ବିଶ୍ୱବିଦ୍ୟାଳୟର ଗବେଷକ ରାହୁଲ୍‌ ପୋଟିଙ୍କ ମତ ଅନୁସାରେ, ଏହି ସବୁ ସ୍ଥିତିରୁ ମୁକୁଳିବାର ଉପାୟ ଖୁବ୍ କମ୍‌। ତାଙ୍କର କହିବା କଥା ହେଲା ଯେ, ଭବିଷ୍ୟତରେ ହୃଦଘାତ ଓ ଷ୍ଟ୍ରୋକ୍‌ ହେବାର ମୁଖ୍ୟ କାରଣ ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ଭଳି ଅନେକ ସଂକ୍ରମଣ।

ରିସର୍ଚ୍ଚ କେମିତି ହୋଇଥିଲା ?

ଗବେଷକମାନେ ୩୪,୦୨୭ ଜଣ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ମେଦ ବହୁଳତା, ବିନା ସଂକ୍ରମଣକାରୀ ରୋଗୀ ଓ ଏହାସହ ତମାଖୁ, ଉଚ୍ଚ ରକ୍ତଚାପ, ଯକୃତ ରୋଗ ଆଦି ଉପରେ ଧ୍ୟାନ ରଖାଯାଇଥିଲା। ଏହି ଗବେଷଣାରୁ ଜଣାପଡିଥିଲା ଯେ ସଂକ୍ରମଣକାରୀଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌ର ପ୍ରଭାବ ଅଧିକ ଥାଏ।