• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପତଳା ଥିବା ଲୋକେ ଭାବନ୍ତି ଟିକେ ମୋଟା ହୋଇଗଲେ ଭଲ ହୁଅନ୍ତା। ସେମାନେ ଜାଣିନାହାଁନ୍ତି ମୋଟାପଣ କମେଇବାକୁ ଲୋକେ କେତେ କସରତ କରିଥାନ୍ତି। ମୁଣ୍ଡରେ ଚିନ୍ତା ଘାରେ, ଶରୀରର ଓଜନ କେମିତି କମାଇବେ। ସାଧାରଣତଃ ମୋଟା ଲୋକମାନେ ନିଜ ଶରୀରର ଓଜନ ହ୍ରାସ କରିବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ଆମେ ଆପଣଙ୍କୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ କହୁଛୁ, ଯାହା ଆପଣଙ୍କର ଶରୀରର ଓଜନ ହ୍ରାସ କରିବାରେସାହାଯ୍ୟ କରିବ।

୧ – ଯଦି ଜଣେ ସନ୍ତୁଳିତ ଓ ଉତ୍ତମ ଖାଦ୍ୟ ସହ ସଠିକ୍ ମାତ୍ରାରେ ଶାରୀରିକ ଗତିବିଧି ଉପରେ ଧ୍ୟାନ ଦେବେ ତ ମୋଟାପଣ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

୨ - ଶାକାହାରୀ ଲୋକଙ୍କ ପାଇଁ ହାଇ ଫାଇବର ଯୁକ୍ତ ଖାଦ୍ୟ କମ୍‌ ଖାଇବା ଉଚିତ୍ । ଏହା ଓଜନ କମାଇବାରେ ସହାୟକ ହୋଇଥାଏ ।

୩ -ପ୍ରୋଟିନ ବେଷ୍ଟ ଡାଇଟ୍‌ରେ ସାଧାରଣତଃ ୧୦୦ ପ୍ରକାର ଖାଦ୍ୟ ପଦାର୍ଥ ସାମିଲ ହୋଇଥାଏ । ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୨-୩ କିଲୋ ଓଜନ ହ୍ରାସ ପାଇଥାଏ ।

୪- ସୁଗାର ଓ ଆଇରନ ଯୁକ୍ତ ଆହାର ଖାଇଲେ ଏହା ଅତିରିକ୍ତ ଭାବେ ବୃଦ୍ଧି ପାଇଥିବା ଓଜନକୁ ନିୟନ୍ତ୍ରଣ କରିଥାଏ ।

୫ – ଏହା ସହ ନିତି କିଛି ଝାଳବୁହା ପରିଶ୍ରମ କଲେ ଶରୀରର ଚର୍ବି ଅଂଶ କମିଥାଏ ଓ ଶରୀରର ଓଜନ ହ୍ରାସ ଘଟିଥାଏ।