• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବର୍ତ୍ତମାନ ଯୁବାବସ୍ଥାରେ କେଶ ଝଡ଼ିବା ଓ ଚନ୍ଦାପଣ ଏକ ପ୍ରମୁଖ ସମସ୍ୟା ପାଲଟି ଯାଇଛି। ଯୁବତୀଙ୍କ ତୁଳନାରେ ଯୁବକମାନେ ବେଶୀ ମାତ୍ରାରେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ଫଳରେ କେଶ ନଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ କଣ ଓ ଏହାର ନିରାକରଣ କେମିତି କରିପାରିବା -

ନିଶାଦ୍ରବ୍ୟ ସେବନ - ଆଜିର  ଯୁବକ ଯୁବତୀମାନେ ସିଗାରେଟ୍ ଟାଣିବା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ପ୍ରତି ଆକୃଷ୍ଟ ହେବା ଦ୍ୱାରା ସେମାନଙ୍କ ଠାରେ କେଶ ଝଡିବା ସମସ୍ୟା ଦେଖାଦେଉଛି। କାରଣ ଏଥିରୁ ନିର୍ଗତ କାର୍ବନ ମନୋଅକ୍ସାଇଡ ଓ ନିକୋଟିନ୍‌ ଭଳି  ବିଷାକ୍ତ ପଦାର୍ଥ ରକ୍ତବାହୀ ନଳୀକୁ ସଂକୁଚିତ କରିଦିଏ, ଫଳରେ ରକ୍ତ ସଂଚାଳନ ବାଧାପ୍ରାପ୍ତ ହୁଏ। ଏଣୁ ଏହାକୁ ପରିତ୍ୟାଗ କରିବା ଉଚିତ୍‌।

ଜୀବନଶୈଳୀ - ହରମୋନ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଓ ପରିବର୍ତ୍ତତ ଜୀବନଶୈଳୀ ଯୁବାବସ୍ଥାରେ କେଶ ଝଡିବା ବା ଚନ୍ଦାପଣ ଲାଗି ମୁଖ୍ୟତଃ ଦାୟୀ।

ଅସନ୍ତୁଳିତ ଖାଦ୍ୟାଭ୍ୟାସ -ଯୁବପିଢି ସୁଷମ ଖାଦ୍ୟ ପରିବର୍ତ୍ତେ ବର୍ତ୍ତମାନ ଜଙ୍କଫୁଡ୍‌, ଫାଷ୍ଟ ଫୁଡ୍‌ ,ପ୍ୟାକେଜ୍‌  ଫୁଡ୍‌ ଆଦି ପ୍ରତି ଆଗ୍ରହୀ ହେଉଛନ୍ତି। ଯାହା ଦ୍ୱାରା ଶରୀରକୁ ଆବଶ୍ୟକୀୟ ମାତ୍ରାରେ ପ୍ରୋଟିନ୍‌ ମିଳିପାରୁନାହିଁ। ଯୁବାବସ୍ଥାରୁ କେଶ ଝଡିବା, ପାଚିବା, ସହ ଅନେକଙ୍କ ଠାରେ ଚନ୍ଦାପଣ ଦେଖାଦେଉଛି। ଏହି  ସମସ୍ୟାର ସମାଧାନ ପାଇଁ ଖାଦ୍ୟ ତାଲିକାରେ ପାଳଙ୍ଗ ଶାଗ, ଆଲମଣ୍ଡ,ବାଦାମ, ଛେନା,କ୍ଷୀର ଆଦିକୁ ସାମିଲ୍‌ କରନ୍ତୁ। ପ୍ରଚୁର ପରିମାଳରେ ପାଣି ପିଅନ୍ତୁ। କାରଣ  ଯୁବକମାନଙ୍କ ଠାରେ ଡିହାଇଡ୍ରୋଟେଷ୍ଟୋଷ୍ଟିରନ୍‌ ହରମୋନ୍‌ର ପରିମାଣ ଅଧିକ ହେଲେ  କାଶ  ଝଡିଥାଏ। ଏହାକୁ ଦୂର କରିବା ଲାଗି  ଗ୍ରୀନ୍‌ ଟି ପିଇବା  ଭଲ।

କେଶର ଯତ୍ନ ନେବାରେ ଅବହେଳା - କେଶରେ ବିଭିନ୍ନ ପ୍ରକାର କେମିକାଲ୍‌ ଯୁକ୍ତ ରଙ୍ଗ ,ଜେଲ୍‌ ଶ୍ୟାମ୍ପୁ ,କଣ୍ଡିସନ୍‌ର ଆଦିର ବ୍ୟବହାର ସାଙ୍ଗକୁ ହେୟାର ଷ୍ଟ୍ରେଟନିଂ ,କର୍ଲି,ଡ୍ରାଏ ଆଦି ହେୟାର ଷ୍ଚାଇଲ୍‌ କରାଇବା ଦ୍ୱାରା କେଶ ଝଡିବା ସମସ୍ୟା ଦେଖାଦିଏ। ଏଣୁ କେଶକୁ ମଜ୍‌ବୁତ୍‌ କରିବା ପାଇଁ ପ୍ରାକୃତିକ ଉପାୟରେ ଏହାର ଯତ୍ନ ନେବା ଉଚିତ୍‌। ସପ୍ତାହରେ ଅତି କମ୍‌ରେ ୨ଥର ନଡ଼ିଆ ତେଲ ବା ଅନ୍ୟ ତେଲ ଲଗାଇ ମସାଜ୍‌ କରନ୍ତୁ। ତାପର ଦିନ  କେମିକାଲ୍‌ ଫ୍ରି ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।

କେଶକୁ ମଜବୁତ୍‌ କରିବା ପାଇଁ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଓ ପ୍ରଚୁର ପନିପରିବା ଖାଆନ୍ତୁ।