ସାବଧାନ ! ଶରୀରରେ ଏସବୁ ଲକ୍ଷଣ ଦେଖା ଯାଉଥିଲେ ହୋଇପାରେ ପେଟ କ୍ୟାନସର୍

ଭୁବନେଶ୍ୱର: ପେଟର କ୍ୟାନସର୍ ସାଧାରଣତଃ ପେଟ ଭିତରେ ମ୍ୟୁକସ୍ ଉତ୍ପାଦନ କରୁଥିବା କୋଷିକାରୁ ସୃଷ୍ଟି ହୋଇଥାଏ। ପେଟର କ୍ୟାନସର୍ ଅନ୍ୟ କ୍ୟାନସର୍‌ ତୁଳନାରେ ସାଧାରଣ, କିନ୍ତୁ ଏଥିରେ ସବୁଠୁ ଖରାପ ଜିନିଷ ହେଉଛି ଏହାର ଲକ୍ଷଣ ବହୁତ କଷ୍ଟରେ ବୁଝାପଡ଼େ। ଆଉ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ।

ସାଧାରଣତଃ କ୍ୟାନସର୍‌ର ସୃଷ୍ଟି ସେଇଠୁ ହୋଇଥାଏ ଯେବେ ଡିଏନ୍‌ଏର କୋଷିକାରେ ମ୍ୟୁଟେଶନ୍ ହୋଇଯାଏ। ଏହି ମ୍ୟୁଟେଶନ୍‌ କାରଣରୁ କୋଷିକା ଅନିୟନ୍ତ୍ରିତ ଭାବେ ବଢ଼ିଚାଲେ। ଏହା ଏତେ ବଢ଼ିଯାଏ ଯେ ଏହାକାରଣରୁ ଅନ୍ୟ କୋଷିକାଗୁଡ଼ିକ ମରିଯାଏ। ଏହି କୋଷିକାଗୁଡ଼ିକ ମିଶିଯାଇ ପେଟରେ ଟ୍ୟୁମର୍‌ ତିଆରି କରିଥାନ୍ତି। ଧୀରେ ଧୀରେ ଏହା ପୂରା ଶରୀରରେ ବ୍ୟାପିଯାଏ।

୧) ଲଗାତାର ଭାବେ ବାନ୍ତି ହେବା।

୨) ସବୁବେଳେ ଛାତିରେ ଜଳାପୋଡ଼ା ଅନୁଭବ ହେବା।

୩) ଭୋକ ନ ଲାଗିବା ଓ ଟିକେ ଖାଇଲେ ପେଟ ପୂରିଯିବା

୪) ହଠାତ୍‌ ଓଜନ କମିଯିବା

୫) ସବୁବେଳେ ପେଟ ଫୁଲି ରହିବା।

୬) ମଳରେ ରକ୍ତ ପଡ଼ିବା

୭) ଜଣ୍ଡିସ୍‌ ହେବା

୮) ଅଳ୍ପ ପରିଶ୍ରମରେ ଥକିଯିବା

୯) ପେଟରେ ଅସହ୍ୟ ଯନ୍ତ୍ରଣା ହେବା

ପେଟର କ୍ୟାନସର୍ ଅନେକ କାରଣରୁ ହୋଇଥାଏ। ଅସୁସ୍ଥକର ଖାଦ୍ୟ, ଅତ୍ୟଧିକ ଆଚାର ଓ ରୋଷ୍ଟେଡ ମିଟ୍‌ ପ୍ରଭୃତି ଖାଇଲେ ପେଟର କ୍ୟାନସର ହେବାର ଅଧିକ ସମ୍ଭାବନା ରହିଥାଏ। ଅନ୍ୟପକ୍ଷରେ ଆପଣଙ୍କ ଘରେ ଯଦି ପୂର୍ବରୁ କାହାକୁ ଏହି ରୋଗ ହୋଇଥାଏ ତେବେ ଆପଣଙ୍କୁ ମଧ୍ୟ ଏହି ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ସାଧାରଣତଃ ମହିଳାଙ୍କ ଅପେକ୍ଷା ଏହି ରୋଗ ପୁରୁଷଙ୍କ ନିକଟରେ ଅଧିକ ଦେଖାଦେଇଥାଏ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like