• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଗ୍ରୀଷ୍ମର ପ୍ରଭାବରେ ରୌଦ୍ରତାପ ବଢିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବାକୁ କେହି ଥଣ୍ଡା ପାଣି ଉପରେ ନିର୍ଭର କରୁଛି ତ ଆଉ କେହି ପଇଡ କିମ୍ବା ପାଣିଜାତୀୟ ଫଳମୂଳ ଉପରେ ଧ୍ୟାନ ଦେଉଛନ୍ତି। ଗରମର ପ୍ରଭାବରୁ ମୁକ୍ତି ପା‍ଇବାକୁ ଅନେକ କୁଲର ବା ଏସିକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳେ। କିନ୍ତୁ ଏ ସବୁ ବ୍ୟତୀତ ଆମେ କିଛି ଅନ୍ୟ ଉପାୟ ଦେଉଛୁ ଯାହା ଆପଣଙ୍କୁ ଗ୍ରୀଷ୍ମର ପ୍ରଭାବରୁ ମୁକ୍ତି ଦେବ। ଏହା ହେଉଛି ପ୍ରାଣାୟାମ। ତେବେ ଆସନ୍ତୁ ଜାଣିବା କି କି ପ୍ରାଣାୟାମ କଲେ ଆମକୁ ଗ୍ରୀଷ୍ମର ପ୍ରଭାବ ଆପଣଙ୍କୁ ବ୍ୟତିବ୍ୟସ୍ତ କରିବ ନାହିଁ।

[caption id="attachment_256151" align="alignnone" width="762"] ଶୀତଳି ପ୍ରାଣାୟାମ[/caption]

ଶୀତଳି ପ୍ରାଣାୟାମ : ଏହି ପ୍ରାଣାୟାମ ମାଧ୍ୟମରେ ଆମେ ଆମ ଶରୀରକୁ ଥଣ୍ଡା ବାୟୁ ଯୋଗା‍ଇଥାଉ। ଶରୀର ଥଣ୍ଡା ବାୟୁ ପାଇଲେ ଗ୍ରୀଷ୍ମର ପ୍ରକୋପ ଜଣାପଡି ନ ଥାଏ।

ବିଧି :

୧- ଜିଭର ଦୁଇ ପାର୍ଶ୍ୱକୁ ମୋଡି ନଳି ସଦ୍ରୁଶକର

୨- ପାଟି ଦ୍ୱାରା ଜିଭ ମଧ୍ୟ ଦେଇ ଶ୍ୱାସ ଗ୍ରହଣକର

୩- କିଛି ସମୟ ଶ୍ୱାସକୁ ଭିତରେ ଧରିରଖ

୪- ଧିରେ ଧିରେ ନାକବାଟେ ଶ୍ୱାସ ଛାଡ

୫- ଏହି ପ୍ରକ୍ରିୟାକୁ ୫ ରୁ ୧୦ ଥର କର

[caption id="attachment_256154" align="alignnone" width="592"] ଶିତ୍କାରୀ ପ୍ରାଣାୟାମ[/caption]

ଶୀତ୍କାରୀ ପ୍ରାଣାୟାମ :

ବିଧି :

୧- ଓଠକୁ ସାମାନ୍ୟ ଖୋଲା ରଖ

୨- ଦାନ୍ତକୁ ବନ୍ଦ ରଖି ଜିଭକୁ ଦାନ୍ତରେ ଲଗାଇ ରଖ

୩- ପାଟି ଦ୍ୱାରା ଦାନ୍ତ ସନ୍ଧିରେ ଧିରେ ଧିରେ ଶ୍ୱାସ ନିଅ

୪- କିଛି ସମୟ ଶ୍ୱାସକୁ ଭିତରେ ଧରିରଖ

୫- ପାଟି ବନ୍ଦ ରଖି ଧିରେ ଧିରେ ନାକବାଟେ ଶ୍ୱାସ ଛାଡ

୬- ଏହି ପ୍ରକ୍ରିୟାକୁ ୫ ରୁ ୧୦ ଥର କର

ଚନ୍ଦ୍ରଭେଦୀ ପ୍ରାଣାୟାମ :

ଏହି ପ୍ରାଣାୟାମ ଶରୀରର ସମଗ୍ର ସ୍ନାୟୁକୁ ଥଣ୍ଡା ରଖିବା ସହିତ ପ୍ରତି ନାଡିକୁ ଶୀତଳ ବାୟୁ ପ୍ରଦାନ କରିଥାଏ।

ବିଧି :

୧- ନାକର ଡାହାଣ ପୁଡାକୁ ଡାହାଣ ହାତ ବୁଢା ଆଙ୍ଗୁଠିରେ ବନ୍ଦ ରଖ

୨- ବାମ ପୁଡାରେ ବାୟୁକୁ ସମ୍ପୂର୍ଣ୍ଣ ଭାବେ ଛାଡି ସେହି ବାମ ପୁଡାରେ ବାୟୁ ଗ୍ରହଣ କର

୩- ବାମ ପୁଡାକୁ ତର୍ଜନୀରେ ବନ୍ଦକରି ଡାହାଣ ପୁଡାରେ ଧିରେଧିରେ ବାୟୁ ଛାଡ

୪- ଏହାକୁ ୧୦ ଥର ଅଭ୍ୟାସ କର