ଡୋଳାରେ ଥିବା କଳାଦାଗରୁ ହୋଇପାରେ କ୍ୟାନସର୍‌

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ।

ଆଇ ଫ୍ରେକଲ୍‌ସ ହେବାର କାରଣ……

  • ଆଇ ଫ୍ରେକଲ୍‌ସ ଅନେକ କାରଣରୁ ହୋଇଥାଏ। ଅନେକଙ୍କ କ୍ଷେତ୍ରରେ ଜନ୍ମରୁ ଆଖି ଡୋଳାରେ କଳା ଦାଗ ରହିଥାଏ। ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ।
  • ସେହିପରି ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ସୃଷ୍ଟି ହୋଇଥାଏ।
  • ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେ। ସେହିପରି କିଛି କିଛି ଆଇ ଫ୍ରେକଲ୍‌ସ ଦୃଶ୍ୟମାନ ହୁଅନ୍ତି ନାହିଁ। ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରି ପାରନ୍ତି।

ଲକ୍ଷଣ…

  • ମହିଳାଙ୍କ କ୍ଷେତ୍ରରେ ଆଖିରେ ଥିବା ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ।
  • ଯେଉଁମାନଙ୍କର ଆଖି ନୀଳ ସେମାନଙ୍କ ଆଖି ଚେକ୍‌ କରିବା ପରେ ଏହି ଫ୍ରେକଲ୍‌ସ ସଂପର୍କରେ ଜଣାପଡ଼େ।

ଉପଚାର…

ଅଧିକାଂଶ ଆଇ ଫ୍ରେକଲ୍‌ସ କୌଣସି କ୍ଷତି ପହଞ୍ଚାଇ ନ ଥା’ନ୍ତି। କିନ୍ତୁ ଏହା ଜରୁରୀ ଯେ ଆଖିରେ ଫ୍ରେକଲ୍‌ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର୍‌ ହେବାର ଆଶଙ୍କା ମଧ୍ୟ ରହିଛି। ଏଥିଯୋଗୁ ଯେଉଁ କ୍ୟାନ୍‌ସର ହୋଇଥାଏ, ତାକୁ ‘ମେଲାନୋମା’ କୁହାଯାଏ।

ଆହୁରି ପଢ଼ନ୍ତୁ

କେଶ ଝଡ଼ିବା ବନ୍ଦ କରିବ ଏହି ସବୁ ଘରୋଇ ଉପଚାର

ଆଲ୍‌ମାରୀରେ ଥିବା ପୋଷାକରୁ ଗନ୍ଧ ବାହାରୁଥିଲେ….

ଶୀତରେ ତ୍ୱଚା ଶୁଷ୍କ ହୋଇଯାଉଛି କି ? କିପରି ଏହାର ଯତ୍ନ ନେବେ , ଜାଣନ୍ତୁ

ମାଟି ହାଣ୍ଡି ପୋସ୍ତ ଚିକେନ୍‌

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ବିନା ଅସ୍ତ୍ରୋପଚାରରେ କିଡ୍‌ନୀ ଷ୍ଟୋନ୍‌ରୁ ପାଇପାରିବେ ମୁକ୍ତି

ଏହି ୩ଟି ପ୍ରାଣାୟମ ଉଚ୍ଚ ରକ୍ତଚାପ ପାଇଁ ରାମବାଣ

ଘରେ ଔଷଧ ପ୍ରସ୍ତୁତ କରନ୍ତୁ, ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

ବର୍ଷକୁ ଦେଢ କୋଟି ଜୀବନ ନେଉଛି ଷ୍ଟ୍ରୋକ୍‌, କେମିତି ବର୍ତ୍ତିବେ ଏଥିରୁ ଜାଣନ୍ତୁ

ରସୁଣକୁ ଏମିତି ଖାଇଲେ ନିୟନ୍ତ୍ରିତ ହେବ ଉଚ୍ଚ ରକ୍ତଚାପ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ ବରଦାନ ସାବ୍ୟସ୍ତ ହୋଇଥାଏ…ଏହିସବୁ ସମସ୍ୟା ପାଖ ମାଡ଼ିନଥାଏ

ଏହି କାମ କରୁଛନ୍ତି କି ? ସେଥିପାଇଁ ମୁହଁରେ ବାହାରୁଛି ବ୍ରଣ

You might also like