• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଦିନକୁ ଦିନ କ୍ୟାନ୍ସର କାୟା ବଢ଼ି ଚାଲିଛି। ବିଭିନ୍ନ ପ୍ରକାରର କ୍ୟାନ୍ସର ରହିଛି। ସେଥିରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ। ଏହା ଭାରି ବିପଜ୍ଜନକ। ତେବେ ସ୍ତନ କର୍କଟକୁ ନେଇ ମୁଖ୍ୟ ସମସ୍ୟା ହେଉଛି ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଏସମ୍ପର୍କରେ କିଛି ଆଲୋଚନା କରିବାକୁ ଚାହାନ୍ତି ନାହିଁ। ଏହା ପଛରେ ରହିଛି ରକ୍ଷଣଶୀଳ ମନୋବୃତ୍ତି। ଏହାକୁ ସେମାନେ ଲଜ୍ଜାଜନକ ବୋଲି ଭାବନ୍ତି।

ତେବେ ଆଜି ଆମେ ଏହି ରୋଗର ଲକ୍ଷଣ, ବିଭିନ୍ନ ସ୍ତର ଓ ଏହାକୁ ନେଇ ଥିବା କିଛି ଭୁଲ୍ ଧାରଣା ସମ୍ପର୍କରେ ଆଲୋଚନା କରିବା। ମେଡିକାଲ୍‌ ଓଙ୍କୋଲୋଜିଷ୍ଟ ଡାକ୍ତର ଚିନ୍ମୟ କୁମାର ପାଣି ଏ ସବୁ ବିଷୟରେ କହିଛନ୍ତି।

ସବୁ ଟ୍ୟୁମର କ୍ୟାନ୍ସର ନୁହେଁ....

ଡାକ୍ତର ଚିନ୍ମୟ କୁମାର ପାଣିଙ୍କ କହିବା ଅନୁଯାୟୀ, ସ୍ତନରେ ଯେ କୌଣସି ଟ୍ୟୁମରକୁ ଲୋକମାନେ ବ୍ରେଷ୍ଟ କ୍ୟାନ୍ସର ବୋଲି ଭାବି ନିଅନ୍ତି। କିନ୍ତୁ ସେଇଟା ଭୁଲ୍‌। ମ୍ୟାଲିଗ୍ନାଣ୍ଟ ଟ୍ୟୁମର ହିଁ ବ୍ରେଷ୍ଟ୍‌ କ୍ୟାନ୍ସରର ପଦବାଚ୍ୟ।

ସ୍ତନ କର୍କଟର ଲକ୍ଷଣ-

  • ଯଦି ସ୍ତନରେ କିଛି ଫଳି ଯାଇଛି
  • ସ୍ତନର ରଙ୍ଗ ଯଦି କମଳା ରଙ୍ଗ ହୋଇଯାଏ
  • ସ୍ତନରୁ ରକ୍ତ ବାହାରିବା
  • କାଖରେ ଗଣ୍ଠି ଦେଖାଗଲେ

ସ୍ତନ କର୍କଟର ବିଭିନ୍ନ ସ୍ତର....

ସ୍ତନ କର୍କଟର ୪ଟି ସ୍ତର ରହିଛି। ପ୍ରଥମ ଦୁଇଟି ସ୍ତରରେ ଟ୍ୟୁମରକୁ ଜାଣିବାକୁ ହୁଏ। ତୃତୀୟ ସ୍ତରରେ ଯଦି ସ୍ତନ କିମ୍ବା କାଖରେ କେଉଁଠି ଟ୍ୟୁମର ଥାଏ, ତା’ହେଲେ ସେଇଟା ଦେଖିବାକୁ ହୁଏ। ଚତୁର୍ଥରେ ଯଦି ହାଡ, ଲିଭର୍‌, ବ୍ରେନ୍‌କୁ କ୍ୟାନ୍ସରର କିଛି ପ୍ରଭାବ ପଡ଼ିଥାଏ, ତା’ହେଲେ ତାକୁ ଚିକିତ୍ସା କରାଯାଏ।

ଲୋକଙ୍କ ମନରେ ଗୋଟେ ଭ୍ରାନ୍ତ ଧାରଣା ରହିଛି ଯେ ଭାଇରସ୍‌ ଦ୍ୱାରା ସ୍ତନ କର୍କଟ ହୋଇଥାଏ। ତେବେ ଏହା ପୂରା ଭୁଲ୍‌।