• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍‌ ଅଧିକ ପରିମାଣରେ ଆବଶ୍ୟକ ଥାଏ। ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ ଆମେ ଚେଷ୍ଟା କରୁ। ଆପଣ ଜାଣିଛନ୍ତି, ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି।

ଖରାଦିନେ ଲିଚୁ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ଲିଚୁରେ ପାଣିର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ ପାଣିର ମାତ୍ରା କମ୍‌ ହେବାକୁ ଦିଏ ନାହିଁ। ଲିଚୁ ଖାଇବା ଦ୍ୱାରା ଆମ ଶରୀରକୁ ଭିଟାମିନ୍‌ ସି, ପଟାସିୟମ୍‌, ଓ ନେଚୁରାଲ୍‌ ସୁଗାର ମିଳିଥାଏ। ଏହା ସହ ଗରମ ଦିନେ ଲିଚୁ ଶରୀରରକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଲିଚୁ ଖାଇବା ଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ, ଆସନ୍ତୁ ଆଣିବା।

ପେଟ ରୋଗ ପାଇଁ ଉପକାରୀ
ଗରମ ଦିନ ଆସିବା ମାତ୍ରେ ପେଟ ସମ୍ବନ୍ଧିତ ଅନେକ ରୋଗ ଦେଖିବାକୁ ମିଳିଥାଏ। ଏହି ପାଗରେ ବାନ୍ତି, କବଜ ଭଳି ରୋଗ ଦେଖାଯାଇଥାଏ। ଏମିତି କି ଲିଚୁ ଖାଇଲେ ହଜମ ମଧ୍ୟ ଠିକ୍‌ ଭାବେ ହୋଇଥାଏ।

ଥକା କମ୍‌ ଲାଗିଥାଏ
ଅଫିସ୍‌ କିମ୍ବା ଘରେ କାମ କରିବା ଦ୍ୱାରା ବହୁତ ଥକା ଅନୁଭୂତ ହୋଇଥାଏ। ଏହି ଦିନ ଲିଚୁ ସେବନ କରିବା ଆବଶ୍ୟକ। ଲିଚୁରେ ମିଳୁଥିବା ଭିଟାମିନ୍‌ ଓ ମିନେରାଲସ୍‌ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଲିଚୁ ସେବନ କରିବା ଦ୍ୱାରା ଆମ ଇମ୍ୟୁନିଟି ସିଷ୍ଟମ୍‌ ବି ଠିକ୍‌ ରହିଥାଏ।
ଓଜନ କମ୍‌ କରିବାରେ ସହାୟକ ହୋଇଥାଏ
ଲିଚୁ ସ୍ୱାଦ ସହ ଆମ ଶରୀରରେ ବଢ଼ୁଥିବା ଓଜନକୁ କମ୍‌ କରିବାରେ ସହାୟକ ହୋଇଥାଏ। ଲିଚୁରେ ଅଧିକ ମାତ୍ରାରେ ଫାଇବର ଥାଏ, ଯାହାକି ଓଜନ କମ୍‌ କରିଥାଏ। ଆହୁରି ଅନେକ ସମସ୍ୟାକୁ ବି ଏହା ରୋକିଥାଏ।
ଥଣ୍ଡା କାଶରୁ ମୁକ୍ତି
ଲିଚୁ ଖାଇବା ଦ୍ୱାରା ଏଥିରୁ ମିଳୁଥିବା ଭିଟାମିନ୍‌ର ମାତ୍ରା ଥଣ୍ଡା, କାଶ ଜ୍ୱର ଓ ଗଳାରେ ହୋଇଥିବା ସଂକ୍ରମଣକୁ ବି ରୋକିଥାଏ।
ବ୍ଲଡ୍‌ପ୍ରେସରକୁ ସନ୍ତୁଳନ କରେ ଓ ହାର୍ଟ୍‌ ସମସ୍ୟାକୁ ଭଲ କରିଥାଏ
ଲିଚୁରେ ମିଳୁଥିବା ପଟାସିୟମ୍‌ ବ୍ଲଡ୍‌ ପ୍ରେସର ସନ୍ତୁଳନ ରଖିଥାଏ। ଏହା ଛଡ଼ା ଲିଚି ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ରହିଥାଏ। ଫଳରେ ହାର୍ଟ୍‌ ଆଟାକ୍‌ର ଆଶଙ୍କା କମ୍‌ ହୋଇଥାଏ।
କର୍କଟ ଓ ଆର୍ଥାରାଇଟ୍‌ସ ପାଇଁ ଉପଯୋଗୀ
ଲିଚୁ ସେବନ କରିବା ଦ୍ୱାରା କର୍କଟ ରୋଗର ସେଲ୍ସ ବଢ଼ି ନଥାଏ। ଏଥିରେ କ୍ୟାନ୍ସର ସେଲ୍ସ ସହ ଲଢ଼ିବାର ଗୁଣ ବି ରହିଥାଏ। ସେଥିପାଇଁ ଲିଚୁ ଖାଇବା ଦ୍ୱାରା କର୍କଟ ରୋଗ ହେବା ବିପଦ କମିଯାଇଥାଏ। ଆର୍ଥରାଇଟ୍‌ସରେ ପୀଡ଼ିତ ଲୋକ ବି ଲିଚୁ ଖାଇବା ଆବଶ୍ୟକ।