• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆଜିକାଲି ଦେଖାଯାଉଛି ଛୋଟ ଠାରୁ ବଡ଼ ସମସ୍ତଙ୍କ ଆଖିରେ ଚଷମା। ଅନେକ ତ ନିଜର ମୁହଁର ସୌନ୍ଦର୍ଯ୍ୟ ବଢାଇବାକୁ ଆଖିରେ ଚଷମା ପିନ୍ଧନ୍ତି। କିନ୍ତୁ ଆଉ କିଛି ଲୋକ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ଯୋଗୁଁ  ଚଷମା ପିନ୍ଧିଥାନ୍ତି। ଏବେ ଏହି ସମସ୍ୟା ବଢିବାକୁ ଲାଗିଲାଣି।

ଅନିୟମିତ ଦିନଚର୍ଯ୍ୟା , ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍‌ର ବହୁଳ ବ୍ୟବହାର ଯୋଗୁଁ ଆଜିକାଲି କମ୍‌ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଏଥିପାଇଁ ଲୋକେ ଆଖି ଡାକ୍ତରଙ୍କ ପାଖକୁ ଯାଇ ଆଖି ପରୀକ୍ଷା କରି ଚଷମା ପିନ୍ଧୁଛନ୍ତି। ହେଲେ ଆୟୁର୍ବେଦରେ ଏମିତି ଅନେକ ଘରୋଇ ଉପଚାର ରହିଛି ଯାହା ଆପଣେଇଲେ ଆଖିର ଦୃଷ୍ଟିଶକ୍ତି ବଢାଇପାରିବେ । ଆଉ ଚଷମାର ଆବଶ୍ୟକ ପଡିବ ନାହିଁ ।  ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ –

 

ଗାଜର ଗାଜରରେ ଭିଟାମିନ-ଏ ଥାଏ । ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢେ ।
ଦେଶୀ ଘିଅ ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ । କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।
ବାଦାମ ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଚୋପା ଛଡେଇ ଖାଇଲେ ଆଖି ପାଇଁ ଭଲ ।
ଜିରା ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଚୂର୍ଣ୍ଣ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ

ସେଓର ମୁରବା ସେଓର ମୁରବା ଖାଇ ,ଏହାପରେ କ୍ଷୀର ଖାଇବା ଦ୍ୱାରା ଆଖିର ରଶ୍ମି ତେଜ୍ ହୋଇଥାଏ।
ଗୋଲ ମରିଚ ଗୋଲ ମରିଚର ଚୂର୍ଣ୍ଣ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ସେବନ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।
ଗ୍ରୀନ ଟି ପ୍ରତିଦିନ ଦିନ ଭିତରେ ୨ରୁ ୩ କପ ଗ୍ରୀନ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଆଖିକୁ ସୁସ୍ଥ ରଖେ ।
ସୋରିଷ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ । ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିବ।

ଆପଣ ଚାହିଁଲେ ଏସବୁ ଘରୋଇ ଉପଚାର ଦ୍ୱାରା ସୁଫଳ ପାଇପାରିବେ ଏବଂ ନିଜର ଆଖିକୁ ସୁସ୍ଥ ରଖିପାରିବେ।