• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ସୁନ୍ଦର ଘନ କେଶର ଇଚ୍ଛା କେଉଁ ନାରୀର ନ ଥାଏ ! ସେଥିପାଇଁ ତ ଗୋଟିଏ ବି କେଶ ଝଡିଲେ ଚିନ୍ତା ମାଡିଆସେ। କାହିଁକି ଝଡିଲା ? କେମିତି ଭଲ ହେବ।  ଏଥିପାଇଁ ବିଭିନ୍ନ ଉପାୟ ମଧ୍ୟ  ଆପଣାଇଥା’ନ୍ତି। ତେବେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଘରୋଇ ଉପାୟରେ କେଶ ଝଡ଼ିବା ସମସ୍ୟାକୁ ସହଜରେ ଆପଣ ଦୂର କରି ପାରିବେ ।

ପ୍ରଥମେ ଜାଣିବା କାହିଁକି କେଶ ଝଡେ-

ସାଧାରଣତଃ ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ କେଶ ଝଡ଼ିଥାଏ। ଏହା ବ୍ୟତୀତ କେଶ ଅପରିଷ୍କାର ହେଲେ, ଦୀର୍ଘଦିନ ଧରି ତେଲ ନ ଲଗାଇଲେ ମଧ୍ୟ କେଶ ଝଡିଥାଏ।

ଆସନ୍ତୁ ଜାଣିବା ପ୍ରତିକାର ବିଷୟରେ-

୧. ଶରୀରରେ  ଆବଶ୍ୟକ ଆଇରନ ପାଇଁ ପ୍ରଚୁର ପରିମାଣରେ ସାଲାଡ୍‌ ଖାଆନ୍ତୁ।

୨. ଭିଟାମିନ୍‌ ସି ଯୁକ୍ତ ଫଳ ଓ ଖାଦ୍ୟ ଖାଆନ୍ତୁ।

୩. ସପ୍ତାହରେ ଗୋଟିଏ ଦିନ କେଶକୁ ମସାଜ୍‌ କରନ୍ତୁ। ଏହାଦ୍ଵାରା କେଶ ମୂଳରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏପରି କଲେ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।

୪. ନଡ଼ିଆ ତେଲ କିମ୍ୱା ଅଲିଭ୍‌ ଅଏଲ୍‌କୁ ଗରମ କରି କେଶ ମୂଳରେ ମାଲିସ କରନ୍ତୁ। ୧ ଘଣ୍ଟା ପର୍ଯ୍ୟନ୍ତ ରଖିବା ପରେ ଶାମ୍ପୂ କରିନିଅନ୍ତୁ।

୫.ପିଆଜ, ରସୁଣ ଓ ଅଦା ରସକୁ କେଶ ମୂଳରେ ମାଲିସ କଲେ ମଧ୍ୟ କେଶ ଝଡ଼ିବାରୁ ଅନେକାଂଶରେ  ମୁକ୍ତି ମିଳିଥାଏ।

୬. ଖାଲି ପେଟରେ ନଡ଼ିଆ ପାଣି ପିଅନ୍ତୁ। ଏହାଦ୍ୱାରା କେଶ ମୂଳ ଶକ୍ତ ହେବ।

୭. ଗୋଟିଏ କପ୍‌ ଗରମ ପାଣିରେ ଦୁଇ ବ୍ୟାଗ୍‌ ଗ୍ରୀନ୍‌ ଟି ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ଲଗାଇ ମାଲିସ କରନ୍ତୁ ଏବଂ ୧ ଘଣ୍ଟା ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ। ଗ୍ରୀନ୍‌ ଟିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା କେଶ ଝଡ଼ିବା ବନ୍ଦ କରିଥାଏ।