• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଖରାରେ ସବୁବେଳେ ଘରେ ରହିବା ସମ୍ଭବ ନୁହେଁ। ଆଉ କାମରେ ବାହାରକୁ ବାହାରିଲେ ଖରାର ପ୍ରକୋପ ପ୍ରଥମେ ସିଧା ଆମ ମୁହଁରେ ପଡିଥାଏ। ତେଣୁ ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା  ତାହା ଏକ ବଡ ସମସ୍ୟା। ଖରାରେ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍‌ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଖରା ଡରରେ ସବୁବେଳେ ଘରେ ନ ବସି କିପରି ଆମେ ଘରୋଇ ଜିନିଷ ବ୍ୟବହାର ଦ୍ୱାରା ତ୍ୱଚାର ରଙ୍ଗରେ ଚମକ ଆଣି ପାରିବା ଆସନ୍ତୁ ଜାଣିବା।

ଏଲୋଭେରା ଜେଲ ଓ ଚନ୍ଦନ ପାଉଡର ଫେସ୍‌ ପ୍ୟାକ୍‌...

ଏଲୋଭେରା ଶରୀର ଓ ତ୍ୱଚା ପାଇଁ ଖୁବ୍‌ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ତ୍ୱଚାରେ ଥିବା ସମସ୍ତ ଦାଗ ଦୂର ହେବା ସହ ଟ୍ୟାନ୍‌ ସମସ୍ୟା ମଧ୍ୟ ରହିନଥାଏ। ଏହାର ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଏକ ପାତ୍ରରେ ଏଲୋଭେରା ଜେଲ୍‌ ଓ ଚନ୍ଦନ ପାଉଡର ନିଅନ୍ତୁ। ଏହି ଲେପକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ରୁ ୩ ଥର ଲଗାନ୍ତୁ। ଧିରେ ଧିରେ ଆପଣଙ୍କ ଟ୍ୟାନ୍‌ ସମସ୍ୟା ଦୂର ହୋଇଯିବ।

ଗେଣ୍ଡୁ ଫୁଲ ଫେସ୍‌ ପ୍ୟାକ୍‌...

ଟ୍ୟାନ୍‌ ଦୂର କରିବା ନିମନ୍ତେ ଆପଣ ଗେଣ୍ଡୁ ଫୁଲର ଫେସ୍‌ ପ୍ୟାକ୍‌ର ପ୍ରୟୋଗ ମଧ୍ୟ କରି ପାରିବେ। ଏଥିଲାଗି ଆପଣ ଗ୍ରାଇଣ୍ଡିଂ ହୋଇଥିବା ୨ଟି ଗେଣ୍ଡୁ ଫୁଲ, ଚନ୍ଦନ ପାଉଡର, ଦହି ଓ ଲେମ୍ୱୁ ରସକୁ ଭଲ ଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣେ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ଛାଡି ଦିଅନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି  ପ୍ୟାକ୍‌ ସପ୍ତାହରେ ୨ ଥର ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।

ହଳଦୀ, ବେସନ ଫେସ୍‌ ପ୍ୟାକ୍‌...

ହଳଦୀ ଓ ବେସନରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ରେ ଟ୍ୟାନ୍‌ ଦୂର ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ବେସନ, ହଳଦୀ, ଗୋଲାପ ଜଳ ଓ କ୍ଷୀରକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ମୁହଁ, ବେକ ଓ ଅନ୍ୟ ପ୍ରଭାବିତ ସ୍ଥାନରେ ଲଗାଇ ଦିଅନ୍ତୁ। ଏହାପରେ ହାଲ୍‌କା ଉଷୁମ ପାଣିରେ ଏହାକୁ ସ୍କ୍ରବ୍‌ କରି ଛଡାନ୍ତୁ। ସପ୍ତାହରେ ଅତି କମ୍‌ରେ ୨ ଥର ଏପରି କରନ୍ତୁ। ଆଉ ଏହାପରେ ଫରକ ଅନୁଭବ କରନ୍ତୁ।

ଏଲୋଭେରା, ଟମାଟୋ ଫେସ୍‌ ପ୍ୟାକ୍‌...

ଏଲୋଭେରା, ଟମାଟୋ ଫେସ୍‌ ପ୍ୟାକ୍‌ ବି ତ୍ୱଚା ସମସ୍ୟା ଦୂର କରିଥାଏ। ଏହାକୁ ପ୍ରସ୍ତୁତ କରିବାକୁ ଏକ ପାତ୍ରରେ ମସୁର ଡାଲି ପାଉଡର, ଟମାଟୋ ରସ ଓ ଏଲୋଭେରା ଜେଲ୍‌କୁ ମିଶାଇ ଏକ ଗାଢ଼ା ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ। ଏହାକୁ ପ୍ରଭାବିତ ସ୍ଥାନରେ ଲଗାଇ ଅଧ ଘଣ୍ଟା ଛାଡ଼ି ଦିଅନ୍ତୁ। ଏହାପରେ ସ୍କ୍ରବ୍‌ କରି ସଫା କରନ୍ତୁ। ସପ୍ତାହରେ ୨ରୁ ୩ ଥର ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।