ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ।

୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ  ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ।

୨- ପାନପତ୍ର ଏସିଡିଟିକୁ ଦୂର କରିଥାଏ ଓ ପାଚନ ପ୍ରକ୍ରିୟାକୁ ମଜବୁତ୍‌ କରିଥାଏ। ପାନପତ୍ର ଖାଇବା ଯୋଗୁ ଗ୍ୟାସ୍‌ ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ ନାହିଁ।

୩- ଏହା ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ। ପାନପତ୍ରକୁ ପେଷ୍ଟ୍‌ କରି କପାଳରେ ଲାଗନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ।

୪- ଥଣ୍ଡା ହେଲେ ଆମେ ଏହାକୁ ବ୍ୟବହାର କରି ଆରାମ ପାଇପାରିବା। ଥଣ୍ଡା ହେଲେ ପାନପତ୍ରକୁ ବାଟି ଏହାର ରସକୁ ପିଅନ୍ତୁ। ମନେ ରଖିବେ ଥରକେ ଗୋଟେ ଚାମଚ ରସ ପିଇବେ। ଏହିପରି ଦିନରେ ତିନି ଥର ପିଇଲେ ଥଣ୍ଡା ଭଲ ହୋଇଥାଏ।

୫- ପାଟିରେ ଯଦି ଘା’ ହେଉଛି, ତାହାଲେ ଆପଣ ପାନ ପତ୍ରକୁ ଚୋବାଇ ଖାଆନ୍ତୁ। ଏହା ଘା’ ଭଲ କରିଥାଏ।

୬- ପାନ ପତ୍ର ସବୁଦିନ ଚୋବାଇ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ଏହା ବ୍ଲଡ୍‌ ପ୍ରେସର୍‌କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ।

୭- ପାନ ମୁହଁର ବ୍ୟାକ୍ଟେରିଆ ନଷ୍ଟ କରିଥାଏ। ଏହା ସହ ଆପଣଙ୍କର ଯଦି ଭୋକ ନଲାଗିବା ସମସ୍ୟା ରହିଛି, ତା’ହେଲେ ପାନପତ୍ର ଖାଆନ୍ତୁ।