• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

୩୦ ବର୍ଷ ବୟସ ହୋଇଗଲା ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର ସାମ୍ନା କରିବାକୁ ପଡ଼ିଥାଏ। ମହିଳାମାନେ ଶାରୀରିକ ଦୁର୍ବଳତା ଅନୁଭବ କରିବା ସହ ଆହୁରି ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ମହିଳାମାନଙ୍କୁ କେଉଁ କେଉଁ ରୋଗ ହେବାର ସମ୍ଭାବନା ଥାଏ।

ସ୍ତନ କର୍କଟ- ମହିଳା ମାନଙ୍କର ସବୁ ବୟସରେ ସ୍ତନ କର୍କଟ ହେବାର ସମ୍ଭାବନା ଥାଏ। କିନ୍ତୁ ୩୦ ବର୍ଷ ବୟସ ପରେ ଏହା ହେବାର ଅଧିକ ସମ୍ଭାବନା ରହିଥାଏ। ବୟସ ବଢ଼ିବା ସହ ଏହି ରୋଗ ହେବାର ଅନେକ ସମ୍ଭାବନା ଥାଏ। ତେଣୁ ଆପଣଙ୍କୁ ଏହି ରୋଗ ସମ୍ବନ୍ଧୀୟ କିଛି ଅନୁଭବ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଚୁଟି ଝଡ଼ିବା- ପ୍ରତେକ ମହିଳାଙ୍କର ଚୁଟି ଝଡ଼ିବା ଏକ ସାଧାରଣ ସମସ୍ୟା। କିନ୍ତୁ ୩୦ ବର୍ଷ ବୟସ ପରେ ଚୁଟି ଝଡ଼ିବା ଆଶଙ୍କା ଅଧିକ ଦେଖାଯାଏ। ଅଧିକ ମହିଳାମାନଙ୍କର ପିଲା ଜନ୍ମ କରି ସାରିଲା ପରେ ଚୁଟି ଅଧିକ ଝଡ଼ିଥାଏ। କିନ୍ତୁ ଏହାଛଡ଼ା ଶରୀରରେ ନ୍ୟୁଟ୍ରିଏଣ୍ଟସ୍‌ କମ୍‌ ହେବା ଆଇରନ୍‌, ଭିଟାମିନ୍‌-D କମ୍‌ ହେବା କାରଣରୁ ଚୁଟି ଝଡ଼ିଥାଏ। ଶରୀରରେ ହରମୋନ୍‌ର ଅସନ୍ତୁଳନ ହେବା କାରଣରୁ ମଧ୍ୟ ଏହା ହୋଇଥାଏ।

ଓଜନ ବଢ଼ିବା- ଓଜନ ବଢ଼ିବା ଅନେକ ରୋଗର କାରଣ ହୋଇଥାଏ। ଅଚାନକ ଓଜନ ବଢ଼ିବା ଥାଇରଡ୍‌ ଓ କୋଲେଷ୍ଟ୍ରୋଲ୍‌ ଯୋଗୁ ହୋଇଥାଏ। ଏଥିପାଇଁ ୩୦ ବର୍ଷ ବୟସ ପରେ ଥାଇରଏଡ୍‌,କୋଲେଷ୍ଟ୍ରୋଲ୍‌ ଓ ଡାଇବେଟିସ୍‌ ଚେକ୍‌ କରିବା ଦରକାର।

ଉଚ୍ଚ ରକ୍ତଚାପ- ଅଧିକ ମୋଟାପଣ ବା ଗର୍ଭନିରୋଧକ ଔଷଧ ଖାଇବା କାରଣରୁ ମହିଳାମାନଙ୍କ ରକ୍ତଚାପ ଉଚ୍ଚ ହୋଇଥାଏ। ଏକ ରିପୋର୍ଟ ଅନୁସାରେ ଯେଉଁ ମହିଳା ମାନଙ୍କା ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ସେମାନଙ୍କର ଗର୍ଭଧାରଣରେ ଅନେକ ସମସ୍ୟା ଦେଖା ଦେଇଥାଏ। ଏହା ସହ ୩୦ ବର୍ଷ ବୟସ ପରେ ଅଧିକ ଲୁଣ ଖାଇବା ଯୋଗୁ ରକ୍ତଚାପ ଉଚ୍ଚା ହୋଇଥାଏ।

ଆଖିକୁ କମ୍‌ ଦେଖାଯିବା-ବୟସ ବଢ଼ିବା ସହ ଶରୀରରେ ନ୍ୟୁଟ୍ରିସନ୍‌ କମ୍‌ ହେବା କାରଣରୁ ଆଖିକୁ କମ୍‌ ଦେଖା ଯାଇଥାଏ। ହେଲଥ୍‌ ଏକ୍ସପଟ୍‌ଙ୍କ କହିବା ଅନୁସାରେ ଶରୀରରେ ଭିଟାମିନ୍‌-A, ଭିଟାମିନ୍‌-C, ଭିଟାମିନ୍‌-E ଓ ଜିଙ୍କ୍‌ କମ୍‌ ହେବା କାରଣରୁ କମ୍‌ ଦେଖାଯାଇଥାଏ।

ଥକାପଣ- ବୟସ ବଢ଼ିବା ସହ ଶରୀରରେ ଥକାପଣ ବଢ଼ିବାକୁ ଲାଗିଥାଏ। ଏଥିପାଇଁ ମଧ୍ୟମ ବର୍ଗ ମହିଳା ମାନଙ୍କର ଥକାପଣ ଅଧିକା ଅନୁଭବ ହୋଇଥାଏ। ଅଧିକ ଥକାପଣ କୌଣସି ରୋଗର ଲକ୍ଷଣ ହୋଇପାରେ। ଥାଇରଏଡ ରୋଗୀକୁ ଥକାପଣ ଅଧିକ ଅନୁଭବ ହୋଇଥାଏ। ଏହା ବଢ଼ିବା କାରଣ ନିଦ ନ ହେବା ବା ଡାଇବେଟିସ୍‌ ହୋଇପାରେ। ଏଥିପାଇଁ ୩୦ ବର୍ଷ ବୟସ ପରେ କିଛି କିଛି ଦିନର ବ୍ୟବଧାନରେ ଡାକ୍ତରଙ୍କ ପାଖକୁ ଯାଇ ଚେକ୍‌ଅପ୍‌ କରାଇନେବା ଆବଶ୍ୟକ।

[caption id="attachment_25227" align="aligncenter" width="750"] 174808801[/caption]