• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ  ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ-

ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ ଲୁଣ ଖାଇଥାନ୍ତି, ତାଙ୍କର ଆୟୁଷ କମିଯାଏ। ବହୁ ଶୀଘ୍ର ମୃତ୍ୟୁ ହୋଇଯାଏ। ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକ ଫାଷ୍ଟଫୁଡ ଓ ଡବା ଖାଦ୍ୟ ଖାଇବାରେ ଅଭ୍ୟସ୍ତ ଥା’ନ୍ତି, ସେମାନେ ଅଜାଣତରେ ଅଧିକ ଲୁଣ ଖାଇଥା’ନ୍ତି। ଅନେକ ଦିନ ଧରି ଅଧିକ ଲୁଣ ଖାଇଲେ ବ୍ଲଡ ପ୍ରେସର ବଢିଯାଏ, ଯାହା ଦ୍ୱାରା ହୃଦୟ ଉପରେ ପ୍ରଭାବ ପକାଇଥାଏ ଏବଂ ଆୟୁଷ କମିଯାଏ ।

ସୋଡିୟମ ବ୍ଲଡ୍ ପ୍ରେସର ବଢାଏ ଏବଂ ପୋଟାସିୟମ ତାକୁ କମ୍‌ କରେ। ଯାହା ଶରୀରର ସନ୍ତୁଳନ ରକ୍ଷା ରଖିଥାଏ । ଏଥିରୁ ବଞ୍ଚିବା ପାଇଁ ଫଳ-ପନିପରିବା, କ୍ଷୀର, ଦହି ଆଦି ପ୍ରଚୁର ପରିମାଣରେ ସେବନ କରିବା ଦରକାର । ଏହାର ଅର୍ଥ ନୁହଁ ଲୁଣ ଖାଇବା ବନ୍ଦ କରି ଦେବେ । ଲୁଣର ଏକ ସଠିକ ମାତ୍ରା ଶରୀର ପାଇଁ ବହୁତ ଜରୁରୀ । ବାହାର ଖାଦ୍ୟ ଖାଇବା ସମୟରେ ଧ୍ୟାନ ଦିଅନ୍ତୁ ।