ଘରୋଇ ଉପାୟରେ ଛୋଟପିଲାଙ୍କୁ ମଶାଠୁ ଦୂରେଇ ରଖନ୍ତୁ

ଭୁବନେଶ୍ୱର: ଘର ଯେତେ ସଫା ରଖିଲେ ବି ଖରା ଓ ବର୍ଷା ଦିନେ ମଶା ସମସ୍ୟା ଦେଖା ଦେଇଥାଏ। ଘର ଚତୁଃପାର୍ଶ୍ୱରେ ଅଳିଆ ଆବର୍ଜନା ଜମା ହେଲେ ଓ ପାଣି ନିଷ୍କାସିତ ହୋଇ ନ ପାରିଲେ ମଶା ବଂଶ ବୃଦ୍ଧି ହୋଇଥାଏ।

ମଶା ହେଲେ ଛୋଟ ଛୁଆଙ୍କ ପାଇଁ ବେଶି ଚିନ୍ତା। କାରଣ ମଶା କାମୁଡ଼ା ଜନିତ ବେମାରରେ ସେମାନେ ହିଁ ଆଗେ ପଡ଼ିଥାନ୍ତି। ଛୋଟ ଛୁଆଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବାରୁ ସେମାନେ ବେମାର ହେବାର ଆଶଙ୍କା ଅଧିକ ଥାଏ।
କାରଣ ମଶା କାମୁଡ଼ିଲେ ଛୁଆଙ୍କୁ ମ୍ୟାଲେରିଆ, ଚିକେନଗୁନିଆ, ଡେଙ୍ଗୁ ପରି ବେମାର ହେବାର ଆଶଙ୍କା ରହିଥାଏ। ସେଥିଲାଗି ଆପଣ ଛୋଟ ଛୁଆଙ୍କୁ ମଶାଙ୍କ କବଳରୁ ରକ୍ଷା କରିବାକୁ ସତର୍କତା ଅବଲମ୍ୱନ କରନ୍ତୁ। ଆପଣ କେମିକାଲ ପ୍ରଲେପ ଥିବା ମଶାରି ବ୍ୟବହାର କରିବା ପରିବର୍ତ୍ତେ ଘରେ ଥିବା କିଛି ଜିନିଷ ବ୍ୟବହାର କରି ମଶାଙ୍କ କବଳରୁ ରକ୍ଷା ପାଇପାରିବେ।
ରସୁଣ ଓ ପୁଦିନା
ରସୁଣର ଗନ୍ଧ ହେଲେ ମଶା ପାଖ ମାଡେନି। ରସୁଣର ଏକ ପାଖୁଡ଼ା ଖାଇଦେଲେ ମଧ୍ୟ ମଶା ପାଖ ମାଡ଼ନ୍ତି ନାହିଁ। ଗୋଟିଏ ରସୁଣକୁ ବାଟି ପାଣିରେ ଫୁଟାଇ ତାକୁ ଘର ଓ ରୁମ୍‌ ଚାରିପାଖେ ଛିଞ୍ଚି ଦିଅନ୍ତୁ। ଦେଖିବେ ମଶା ଆସିବେ ନାହିଁ। ଏଥିପାଇଁ ପୁଦିନା ବି ବ୍ୟବହାର କରିପାରିବେ । ପୁଦିନା ତେଲକୁ ଛୁଆ ଓ ବଡ଼ମାନଙ୍କ ଶରୀରରେ ଲଗାଇ ଦିଅନ୍ତୁ ଓ ମଶାଙ୍କ କବଳରୁ ରକ୍ଷା ପାଆନ୍ତୁ। ଏହାବ୍ୟତୀତ ଆପଣ କବାଟ ଓ ଝରକା ପାଖରେ ମଧ୍ୟ ପୁଦିନାର ପତ୍ର ରଖିପାରିବେ। ପୁଦିନା ପତ୍ରରୁ ରସ ବାହାର କରି ତାକୁ ଛିଞ୍ଚିଲେ ମଧ୍ୟ ଆପଣ ମଶାଙ୍କୁ ଘଉଡାଇ ପାରିବେ।
ତୁଳସୀ ରସ
ତୁଳସୀର ଗଛ ମଶାଙ୍କ ଲାର୍ଭାକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ଆର୍ୟୂବେଦ ଶାସ୍ତ୍ର ଅନୁସାରେ ଘର ପାଖରେ ତୁଳସୀ ଗଛ ଥିଲେ ମଶା ପାଖକୁ ଆସନ୍ତି ନାହିଁ। ଆପଣ ତୁଳସୀ ରସ ବାହାର କରି ଶରୀରରେ ଲଗାନ୍ତୁ ଓ ରୁମ୍‌ ଚାରି ପାଖରେ ଛିଞ୍ଚି ଦିଅନ୍ତୁ। ପାଖ ମାଡ଼ିବେନି ମଶା।
ଲେମନଗ୍ରାସ୍‌, ଲେମ୍ୱୁ
ଲେମନଗ୍ରାସ୍‌ର ବ୍ୟବହାର ଦ୍ୱାରା ମଶାଙ୍କୁ ଦୂର କରାଯାଇପାରେ। ଯଦି ଆପଣଙ୍କ ବାଡ଼ିରେ ଏହି ଗଛ ଅଛି, ତେବେ ଏହାର ମହକରେ ପାଖ ମାଡ଼ିବେନି ମଶା। ଏହା ଡେଙ୍ଗୁ ଓ ମ୍ୟାଲେରିଆ ପରି ବେମାରରୁ ମଧ୍ୟ ମୁକ୍ତି ଦେଇଥାଏ। ଏହାବ୍ୟତୀତ ଆପଣ ଲେମ୍ବୁ ରସ ମଧ୍ୟ ବ୍ୟବହାର କରି ପାରିବେ।
ତୁଳସୀର ଗଛ ମଶାଙ୍କ ଲାର୍ଭାକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଘର ପାଖରେ ତୁଳସୀ ଗଛ ଥିଲେ ମଶା ପାଖକୁ ଆସନ୍ତି ନାହିଁ। ଆପଣ ତୁଳସୀ ରସ ବାହାର କରି ଶରୀରରେ ଲଗାନ୍ତୁ ଓ ରୁମ୍‌ ଚାରି ପାଖରେ ଛିଞ୍ଚି ଦିଅନ୍ତୁ। ପାଖ ମାଡ଼ିବେନି ମଶା।
ନିମ୍ୱ ତେଲ
ନିମ୍ୱ ସବୁବେଳେ ଶରୀର ଲାଗି ଲାଭଦାୟକ। ନିମ୍ୱ ତେଲ ଶରୀରରେ ଲଗାଇବା ଦ୍ୱାରା ମଶା ଆପଣଙ୍କଠୁ ଦୂରେଇ ରହିବେ। ନିମ୍ୱ ତେଲ ସହ ନଡ଼ିଆ ତେଲ ମିଶାଇ ଶରୀରରେ ଲଗାଇଲେ ମଶା କାମୁଡିବ ନାହିଁ।

You might also like