• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ? ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ , ତା’ଠାରୁ ଅଧିକ ସ୍ୱାସ୍ଥ୍ୟ ପାଇଁ ଭଲ। ସଜନା ଛୁଇଁ ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଅନେକ ରୋଗର ନିରାକରଣରେ ଏହା ସାହାଯ୍ୟ କରିଥାଏ। ଥଣ୍ଡା ,କାଶ ,ଗଳା ବସି ଯାଇଥିଲେ ଓ ଛାତିରେ କମ୍ଫ ଜମିଯାଇଥିଲେ ସଜନା ଛୁଇଁ ଖୁବ ଫଳପ୍ରଦ ହୋଇଥାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଆମର ସେକ୍ସୁଆଲ ପାୱାର ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ପାଣିରେ ସିଝାଇ ସୁପ୍ କରି ପିଇଲେ ଏହା ଯୌନ କ୍ଷମତା ବଢାଇଥାଏ । ଏହା ସହ ଆମର ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ । ଏହା ଶରୀରରେ ରକ୍ତକୁ ସଫା କରିଥାଏ । ଡାଇବେଟିସକୁ କଂଟ୍ରୋଲ କରିବାରେ ମଧ୍ୟ ଏହା ଖୁବ୍ ସାହାଯ୍ୟ କରିଥାଏ । ଏଥିରେ ଆଂଟି ବ୍ୟାକ୍ଟେରିଆ ଗୁଣ ଥିବାରୁ ଏହା ଅନେକ ରୋଗର ସଂକ୍ରମଣରୁ ରକ୍ଷା କରିଥାଏ ।

ସଜନା ଛୁଇଁରେ କଣ କଣ ଭିଟାମିନ ଥାଏ ?
ଏଥିରେ ଭିଟାମିନ-ସି ପ୍ରଚୁର ପରିମାଣରେ ଥାଏ । ଏହାଛଡା ଏହା ବିଟା କେରୋଟିନ୍ ପ୍ରୋଟିନ୍ ଓ ଅନେକ ପ୍ରକାର ଲବଣରେ ଭରପୂର ଏବଂ ମାଗ୍ନେସିୟମ୍ ,ପୋଟାସିୟମ୍ ଓ ଫାଇବରର ଅଂଶ ଏହି ସଜନାରେ ରହିଛି ।