• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ  ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି।

କିନ୍ତୁ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ। ଜାଣନ୍ତୁ ଭାତ ଏବଂ ରୁଟି ମିଶାଇ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ।

ଉଭୟ ଭାତ ଏବଂ ରୁଟିରେ କ୍ୟାଲୋରି ରହିଥାଏ। ରୁଟିରେ ୭୦ରୁ ୮୦ ଭାଗ କ୍ୟାଲୋରି ଥାଏ। ସେହିପରି ଭାତରୁ ୧୩୬ କ୍ୟାଲୋରି ଆମ ଶରୀରକୁ ମିଳିଥାଏ। ଆମେ ଯେତେବେଳେ ଏହାକୁ ଏକା ସାଙ୍ଗରେ ଖାଇଥାଉ ଶରୀରକୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରି ମିଳିଥାଏ। ଫଳରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ହଜମ ହେବା ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ। ଯାହା ଦ୍ୱାରା ଆମ ପାଚନତନ୍ତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଆଉ ପାଚନତନ୍ତ୍ର ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଥାଏ।

ଆମେ ବାହାର ଖାଦ୍ୟ ଖାଇବା ଦ୍ୱାରା ମୋଟା ହେଇଥାଉ ବୋଲି ବିଶ୍ୱାସ କରୁ। କିନ୍ତୁ ଭାତ ସହ ରୁଟି ଖାଇଲେ ମୋଟା ହେବାର ଆଶଙ୍କା ମଧ୍ୟ ଥାଏ। ଶରୀରରେ ଅଧିକ କ୍ୟାଲୋରି ଏକାଠି ହୋଇ ଫ୍ୟାଟ୍‌ ବଢ଼ାଇଥାଏ। ଆପଣ ଯଦି ଭାତ ସହ ରୁଟି ଖାଉଛନ୍ତି ତାହାଲେ ଏହାକୁ ବନ୍ଦ କରନ୍ତୁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ରାତିରେ ଏଭଳି ଖାଦ୍ୟ ଖାଇବା ଆବଶ୍ୟକ ଯାହା ସହଜରେ ହଜମ ହେଉଥିବ। ରାତିରେ ଭାତ ଖାଇବା ଦ୍ୱାରା ଆମକୁ ନିଦ କମ୍‌ ଆସେ। ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଏହି ଅଭ୍ୟାସ ଯଦି ଲାଗି ରହେ ତା’ହାଲେ ଶରୀରରେ ମୋଟାପଣ ବୃଦ୍ଧି ହୋଇଥାଏ।

ଡାଇବେଟିସ୍‌ ଏବଂ  ଶ୍ୱାସ ରୋଗୀ ଭାତ ଖାଇବା ଉଚିତ ନୁହେଁ। ଭାତ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ଏହା ଦ୍ୱାରା ପେଟ ଫୁଲିବା ସମସ୍ୟା ମଧ୍ୟ ଉପୁଜିପାରେ।