ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଭୁବନେଶ୍ୱର: ଲୁଣ ନ ପଡ଼ିଲେ ଖାଦ୍ୟର ସ୍ୱାଦ ରହେ ନାହିଁ।  ଅଧିକ ଲୁଣ ବି ଶରୀର ପାଇଁ ଭଲ ନୁହେଁ। କାରଣ ଅଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ।

ଖାଦ୍ୟକୁ ବାଦ୍‌ ଦେଲେ, ଲୁଣର ଆଉ କିଛି ଉପକାରୀ ଗୁଣ ବି ଅଛି। କ’ଣ ସେହି ଉପକାରିତା ? ଆସନ୍ତୁ ଜାଣିବା। 

– ଏକ ବାଲ୍‌ଟି ହାଲ୍‌କା ଉଷୁମ୍ ପାଣିରେ ଦୁଇ ଚାମଚ ଲୁଣ ଓ ଏକ ଚାମଚ ନଡ଼ିଆ ତେଲ ମିଶାଇ ଗାଧୋଇଲେ ଥଣ୍ଡାରୁ ଶୀଘ୍ର ମୁକ୍ତି ମିଳିଥାଏ।

– ମାଂସପେଶୀରେ ଯନ୍ତ୍ରଣା ହେଉଥିଲେ ଲୁଣ ପାଣିରେ ଗାଧାନ୍ତୁ। ଏହା ଅନେକାଂଶରେ ଯନ୍ତ୍ରଣାରୁ ଆରାମ ଦେବ।

– ଲୁଣ ପାଣିରେ ଗାଧୋଇବା ଦ୍ୱାରା ହାଡ଼ ମଜବୁତ ରହେ।

– ଲୁଣ ପାଣିରେ ଗାଧୋଇବା ଦ୍ୱାରା ମାନସିକ ଶାନ୍ତି ମିଳେ। ଏହା ଦ୍ୱାରା ଆପଣ ଅଧିକ ଆରାମ ଅନୁଭବ କରିବେ। ଅତ୍ୟଧିକ ଷ୍ଟ୍ରେସ୍‌ ଅନୁଭବ କରୁଥିଲେ ଲୁଣ ପାଣିରେ ଗାଧାନ୍ତୁ। ନିଶ୍ଚୟ ଉତ୍ତମ ଫଳ ପାଇବେ।

– ପାଦ ଉପରେ ଶରୀରର ସବୁଠାରୁ ଅଧିକ ଚାପ ପଡ଼ିଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୁଣପାଣିରେ ପାଦକୁ ବୁଡାଇ ରଖନ୍ତୁ। ଆରାମ ଲାଗିବ।  ତା’ଛଡ଼ା ଲୁଣପାଣି ପାଦର ଦୁର୍ଗନ୍ଧ ବି ଦୂର କରେ।

– ନିୟମିତ ଭାବେ ଲୁଣ ପାଣିରେ ଗାଧୋଇବା ଫଳରେ ଦାଗ ଓ ରିଙ୍କଲ୍ସ କମ୍‌ ହୋଇଥାଏ। ତ୍ୱଚା ନରମ ଓ ମୁଲାୟମ ହୋଇଥାଏ। ଏହା ତ୍ୱଚାର ମଏଶ୍ଚରକୁ ସନ୍ତୁଳିତ ରଖେ।

ଆହୁରି ପଢ଼ନ୍ତୁ

ଏହି କାମ କରୁଛନ୍ତି କି ? ସେଥିପାଇଁ ମୁହଁରେ ବାହାରୁଛି ବ୍ରଣ

ଖଟା ହୋଇଥିବା କ୍ଷୀରକୁ ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

କପାଳଭାତି ପ୍ରାଣାୟମ କଲେ ଅବିଶ୍ୱସନୀୟ ଲାଭ ମିଳେ…

ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ଜାଣନ୍ତୁ ସ୍ତନ କର୍କଟର ଲକ୍ଷଣ ସମ୍ପର୍କରେ

ସହଜରେ ବାସନରୁ ଛଡ଼ାନ୍ତୁ ପୋଡ଼ା ଦାଗ

ବିନା ବ୍ୟାୟାମ ଓ ଡାଏଟିଂ ରେ ଆପଣ ନିଜର ଓଜନ କମାଇ ପାରିବେ, ଜାଣନ୍ତୁ ଉପାୟ

ନିରାମିଷରେ ପ୍ରସ୍ତୁତ ଚିକେନ, ମଟନ, ଚିଙ୍ଗୁଡ଼ି !

ପାଚିଲା ଚୁଟିକୁ ନେଇ ଚିନ୍ତିତ କି? କଳା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଉଛନ୍ତି କି? ହୁସିଆର୍‌ ହୋଇଯାଆନ୍ତୁ, ନ ହେଲେ…

୧୫ ମିନିଟ୍‌ର ଆସନ ବିଭିନ୍ନ ସମସ୍ୟାର ଉପଶମକାରୀ …

ଜନ୍ମଦିନରେ ଆପଣ ଏମିତି କରୁଛନ୍ତି କି ? ସାବଧାନ

You might also like