ଜାଣନ୍ତୁ ଅମରପୋଇର ଔଷଧିୟ ଗୁଣ

ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ। ଏହି ଗଛର ପତ୍ରରୁ ଗଜାବାହାରେ, ଏହାର ମୃତ୍ୟୁ ନାହିଁ। ସେଥିପାଇଁ ଏହାକୁ ଅମରେପାଇ ବୋଲି କୁହାଯାଏ। ଏହି ଗଛ ପ୍ରାୟ ସମସ୍ତଙ୍କ ବାଡ଼ିବଗିଚାରେ ରହିଛି। ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍‌।

ପଢ଼ନ୍ତୁ ଏହି ବୃକ୍ଷର ଔଷଧିୟ ଗୁଣ ସମ୍ପର୍କରେ….

୧.ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ ଅମରପୋଇ ପତ୍ରକୁ ଗରମ କରି ଏକ କପଡ଼ାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।

୨.ଏହାକୁ ଖଣ୍ଡିଆ ସ୍ଥାନରେ ମଧ୍ୟ ବ୍ୟବହାର କରିପାରିବେ। ଏହି ପତ୍ରକୁ ବାଟି ଖଣ୍ଡିଆ ସ୍ଥାନରେ ବାନ୍ଧିବା ଦ୍ୱାରା ରକ୍ତସ୍ରାବ କମିଯାଇଥାଏ ଏବଂ ଖଣ୍ଡିଆ ଭଲ ହୋଇଯାଇଥାଏ।

୩.ଆଖିପୀଡ଼ା ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ। ଅମରପୋଇ ପତ୍ରକୁ ବାଟି ଏକ କପଡ଼ାରେ ବାନ୍ଧି ଆଖି ଉପରେ ରଖନ୍ତୁ। ଏହା ଦ୍ୱାରା ଆଖିରେ ହେଉଥିବା ପୀଡ଼ାରୁ ଆରାମ ମିଳିଥାଏ।

୪.ଛୋଟ ପିଲାଙ୍କର ଦାନ୍ତ ଉଠିବାରେ ବିଳମ୍ବ ହେଉଥିଲେ ଏହି ପତ୍ରକୁ ଦାନ୍ତ ମୂଳରେ ଘସନ୍ତୁ। ଏହା ଦ୍ୱାରା ଦାନ୍ତ ଶୀଘ୍ର ଉଠିଯିବ।

୫.ପରିସ୍ରା ପୋଡ଼ା ହେଉଥିଲେ ଗୋଟେ ଗ୍ଲାସ୍‌ କ୍ଷୀରରେ ଏକ ଚାମଚ ଅମରପୋଇ ଡାଳର ଗୁଣ୍ଡ ପକାଇ ପିଇଲେ ଆରାମ ମିଳିଥାଏ। ମହୁ ସହ ଏହାର ରସ ଦିନକୁ ଦୁଇ ଥର ପିଇଲେ ମଧ୍ୟ ଉପକାର ମିଳେ।

୬.ପେଟରେ ଷ୍ଟୋନ୍‌ ହୋଇଥିଲେ ଏହାର ପତ୍ର, ଫୁଲ, ଡାଳକୁ ପାଣିରେ ବାଟି ସେହି ପାଣିକୁ ଦିନରେ ୩ ଥର ପିଅନ୍ତୁ। ଏହା ଦ୍ୱାରା ଷ୍ଟୋନ୍‌ ଆପେ ଆପେ ମିଳେଇଯାଇଥାଏ। ଶିଳାଜିତ୍‌ ସହ ଏହାର ପ୍ରୟୋଗ ଆହୁରି ଲାଭଦାୟକ।

୭.ଯଦି ପେଟ ଦରଜ ହେଉଥାଏ ତା’ ହେଲେ ଦୁଇ ତିନୋଟି ଅମରପୋଇ ପତ୍ରକୁ ଲୁଣ ସହ ଖାଆନ୍ତୁ। ଏହାର ପତ୍ରର ରସ ବାହାର କରି ମଧ୍ୟ ଗୋଟେ ଚାମଚ ପିଇଲେ ପେଟ ଦରଜରୁ ଆରମ ମିଳିଥାଏ।

୮.କାଶ କିମ୍ବା କଫ ହେଉଥିଲେ ଅମରପୋଇ ପତ୍ର ଏବଂ ମୂଳର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଖାଆନ୍ତୁ। ଏହା ଦ୍ୱାରା କାଶ ବା କଫ ସମସ୍ୟାରୁ ମୁକ୍ତି ମିଳିବ।

ଆହୁରି ପଢ଼ନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ତ୍ୱଚାରେ ଚମକ ଆଣିବା ସହ ବହୁ ରୋଗରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି

ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ପିଆଜ ଦେବ କ୍ୟାନସରରୁ ମୁକ୍ତି!

ଜାଣନ୍ତି କି ଧନିଆର ଚତ୍ମକାରୀ ଗୁଣ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

You might also like