ତ୍ୱଚାରେ ଚମକ ଆଣିବା ସହ ବହୁ ରୋଗରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି

ଭୁବନେଶ୍ୱର: ଖରା ଦିନେ ଲେମ୍ବୁ ପାଣି ପିଇବା ଶରୀର ସମେତ ତ୍ୱଚା ଲାଗି ବି ଲାଭଦାୟକ ହୋଇଥାଏ। ଏହା ଶରୀରରେ  ଜଳୀୟ ଅଂଶର ମାତ୍ରା ଠିକ୍‌ ରଖିଥାଏ। ଏଥିରେ ଭିଟାମିନ ସି’ ଭରପୁର ମାତ୍ରାରେ ଥାଏ। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ। ତ୍ୱଚାରେ ଚମକ ଆଣିବା ସହ ଲେମ୍ବୁ ପାଣି କବଜ୍‌, କିଡନୀ ଜନିତ ବହୁ ସମସ୍ୟାର ସମାଧାନ କରିଥାଏ।

ଲେମ୍ବୁ ପାଣି ପିଇବା ଦ୍ୱାରା ଲିଭର ସମସ୍ୟା ବି ଦୂର ହୋଇଥାଏ। ଏହାବ୍ୟତୀତ ଆପଣ ଯଦି ଅବସାଦରେ ରହୁଛନ୍ତି ଓ ରକ୍ତଚାପ ବଢି ଯାଉଛି, ତା’ ହେଲେ ଲେମ୍ବୁ ପାଣି ଆପଣଙ୍କ ଲାଗି ଫାଇଦା ହୋଇଥାଏ। ଏହାକୁ ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍‌ ହୋଇଥାଏ। ଏଥିରେ ଆପଣଙ୍କୁ ଆଇରନ, ମ୍ୟାଗନେସିୟମ, ପୋଟାସିୟମ ଓ ମିନେରାଲ୍ସ ମିଳିଥାଏ।

ଆପଣଙ୍କ କିଡନୀରେ ଷ୍ଟୋନ ସମସ୍ୟା ଥିଲେ, ଲେମ୍ବୁ ପାଣି ଆପଣଙ୍କ ଲାଗି ରାମବାଣ ସଦୃଶ ହୋଇଥାଏ। ଯଦି ଆପଣ ଡାଇବେଟିସ ରୋଗୀ ତା, ହେଲେ ପ୍ୟାକେଟ୍‌ ଜୁସ୍‌ ପିଇବା ବଦଳରେ ଲେମ୍ବୁ ପାଣିକୁ ହିଁ ପ୍ରାଥମିକତା ଦିଅନ୍ତୁ। ଏହାକୁ ପିଇବା ଦ୍ୱାରା ଓଜନ ମଧ୍ୟ କମ୍‌ ହୋଇଥାଏ। ସକାଳୁ ଉଠି ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ସୁବ୍ୟବସ୍ଥିତ ରହିଥାଏ।

ଲେମ୍ବୁ ପାଣିରେ ମହଜୁଦ ଭିଟାମିନ ସି ତ୍ୱଚା ଉପରେ ବୟସର ଛାପ ପକାଇବାକୁ ଦେଇ ନଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା ଆପଣଙ୍କ ବଢୁଥିବା ବୟସର ଛାପକୁ ରୋକି ପାରିବେ। ତ୍ୱଚା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କ ବଢୁଥିବା ବୟସ ଥମିଯିବା ପରି ଲାଗିବ।

ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ଯୋଗୁ  ବ୍ରଣ ସମସ୍ୟା ଦୂର କରିଥାଏ। ଯଦି ଆପଣଙ୍କ ବ୍ରଣ ବାହାରୁଛି, ତା ହେଲେ ଆପଣ ଲେମ୍ବୁ ପାଣି ନିୟମିତ ପିଅନ୍ତୁ। ଏହା ବ୍ୟତୀତ ତ୍ୱଚାରେ ଲେମ୍ବୁର ଲେପ ଲଗାନ୍ତୁ। ଏହା ତ୍ୱଚାର ଅନ୍ୟ କୋଷିକାର କ୍ଷମତାକୁ ବି ବଢାଇଥାଏ। ଏହାଦ୍ୱାରା ଚେହେରାରେ ଥିବା ବିଭିନ୍ନ ପୁରୁଣା ଦାଗ ଦୂର ହୋଇଯାଇଥାଏ।

ଆହୁରି ପଢ଼ନ୍ତୁ

ଜାଣନ୍ତି , କେତେ ମାରାତ୍ମକ ସ୍ମାର୍ଟଫୋନ ରେଡିଏସନ ? ପଢନ୍ତୁ ଏଥିରୁ ମୁକ୍ତି ପାଇବାର ସହଜ ଉପାୟ

ସାବଧାନ ! ଶରୀରରେ ଏସବୁ ଲକ୍ଷଣ ଦେଖା ଯାଉଥିଲେ ହୋଇପାରେ ପେଟ କ୍ୟାନସର୍

ହାର୍ନିଆ କ’ଣ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ

ଜାଣନ୍ତୁ ଆଜ୍‌ମାର ଘରୋଇ ଉପଚାର

ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଜନ୍ମାଷ୍ଟମୀରେ ଉପବାସ ରଖୁଛନ୍ତି କି ? ତେବେ ଏହି ସବୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

You might also like