ଜାଣନ୍ତି କି ଧନିଆର ଚତ୍ମକାରୀ ଗୁଣ

ଭୁବନେଶ୍ୱର: ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ କାମରେ ଆସିଥାଏ।

ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ମଞ୍ଜି ମଧ୍ୟ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ। ଏହା ମଧ୍ୟ ଶରୀରକୁ ଅନେକ ଫାଇଦା ଦେଇଥାଏ।

ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ….

୧- ଧନିଆ ମଞ୍ଜିରେ ଫାଇବର୍‌, କ୍ୟାଲସିୟମ୍‌ ଏବଂ ଆଇରନ୍‌ ଭରପୁର ମାତ୍ରାରେ ରହିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ।

୨- ପ୍ରତିଦିନ ଧନିଆ ଖାଇବା ଦ୍ୱାରା ପାଚନ କ୍ରିୟାରେ କୌଣସି ସମସ୍ୟା ଦେଖା ଦିଏ ନାହିଁ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ପାଚନ କ୍ରିୟାକୁ ମଜବୁତ କରିଥାଏ।

୩- ଏଥିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଥିବାରୁ ଏହା ହାଡ଼ ମଧ୍ୟ ମଜବୁତ କରିଥାଏ।  ପ୍ରତିଦିନ ଧନିଆ ଖାଇବା ଦ୍ୱାରା ଏହା ହାଡ଼ ସମ୍ବନ୍ଧୀୟ ରୋଗ ହୋଇନଥାଏ।

୪- ଏହା ତ୍ୱଚା ପାଇଁ ମଧ୍ୟ ବିଶେଷ ଭାବେ ଲାଭଦାୟକ ହୋଇଥାଏ। ଚର୍ମ କୁଣ୍ଡାଇ ହେବା, ଫଳି ଯିବା ଇତ୍ୟାଦି ସମସ୍ୟାରୁ ଏହା ଆରାମ ଦେଇଥାଏ। ଏହା କୌଣସି ପ୍ରକାର ତ୍ୱଚା ସମ୍ବନ୍ଧୀୟ ରୋଗ ହେବାକୁ ଦିଏନାହିଁ।

୫- ଏହାକୁ ଆମେ ମାଉଥ୍‌ ଫ୍ରେସ୍‌ନର୍‌ ଭାବେ ବ୍ୟବହାର କରିଥାଉ। ଧନିଆ ପାଟିରେ ହୋଇଥିବା ଘା’କୁ ମଧ୍ୟ ଭଲ କରିଥାଏ।

୬- ଏହା ତ୍ୱଚା ସହ କେଶକୁ ମଧ୍ୟ ବହୁତ ଫାଇଦା ଦେଇଥାଏ। ଏହା କେଶ ମଜବୁତ କରିବା ସହ ଖରାପ ହେବାକୁ ଦିଏନାହିଁ।

୭, ଧନିଆ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ଗରମ ପାଣିରେ ଏହାକୁ ଫୁଟାଇ ସେହି ପାଣିକୁ ପିଇଲେ ଏଥିରୁ ଫାଇଦା ମିଳିଥାଏ।  ଥଣ୍ଡା ହେଲେ ମଧ୍ୟ ଏହି ପାଣି ପିଇ ଲାଭ ଉଠାଇ ପାରିବେ।

୮- ଧନିଆ ମଞ୍ଜିରେ ହିମୋଗ୍ଲୋବିନ୍‌ ଭରପୁର୍‌ ପରିମାଣରେ ରହିଥାଏ। ଏହାକୁ ଚୋବାଇ ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ।

୯- ଧନିଆ ମଞ୍ଜି ସହ ଏହାର ପାଣି ମଧ୍ୟ ବହୁତ ଫାଇଦା ଦେଇଥାଏ। ଏହାର ପାଣିକୁ ଫୁଟାଇ ପିଇବା ଦ୍ୱାରା ଥାଇରଏଡ୍‌ ରୋଗୀଙ୍କୁ ଫାଇଦା ହୋଇଥାଏ।

୧୦- ଧନିଆକୁ ପାଣିରେ ଫୁଟାଇ ସେହି ପାଣିକୁ ଉଷୁମ ଥିବା ସମୟରେ ପିଇଲେ ଅନିୟମିତ ଋତୁସ୍ରାବରୁ ମଧ୍ୟ ମୁକ୍ତି ମିଳିଥାଏ।

ଆହୁରି ପଢ଼ନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା

You might also like