ପ୍ରତିଦିନ ପିଅନ୍ତୁ ଆଲୋଭେରା ଜୁସ୍‌, ମିଳିବ ଅନେକ ଫାଇଦା

ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି।

ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଆଲୋଭେରା ଜୁସ୍‌ ପିଇଲେ କ’ଣ ଫାଇଦା ମିଳେ ।

୧. ଓଜନ କମ୍ କରିଥାଏ:  ଆଲୋଭେରାକୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ଆପଣ ସବୁ ମାସରେ ନିଜ ଓଜନ କମାଇ ପାରିବେ। ଏହା କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ।

୨. ଆଖି ପାଇଁ ଲାଭଦାୟକ: ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ। ଆଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ।

୩. ସୁଗାରକୁ ନିୟନ୍ତ୍ରଣରେ ରଖେ: ଗବେଷଣାରୁ ଜଣାପଡ଼ିଛି, ଘିକୁଆଁରୀ ବା ଆଲୋଭେରାରେ ଥିବା ଇମୋଡିନ୍‌ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜ୍‌ର ସ୍ତରକୁ କମ୍‌ କରିଥାଏ। ଏଥିସହ ଆଲୋଭେରା ଇନ୍‌ସୁଲିନ୍‌ ସ୍ତର ନିୟନ୍ତ୍ରଣ କରି ଡାଇବେଟିସ୍‌କୁ କଣ୍ଟ୍ରୋଲ୍‌ କରିଥାଏ।

୪. ରକ୍ତ ଚାପ  କମ୍‌ କରେ:  ଆଲୋଭେରା ପ୍ରତିଦିନ ଖାଇଲେ ଆପଣଙ୍କ ରକ୍ତଚାପ କମ୍‌ ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ଭଲ। କିନ୍ତୁ କମ୍‌ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ।

୫. ଅଲସର୍‌ ଭଲ କରେ: ଆଲୋଭେରାରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟୋରି ତତ୍ତ୍ୱ ଓ ଭିଟାମିନ୍‌ ସି’ ଆମ ହଜମ କ୍ରିୟାକୁ ଭଲ ରଖିବା ସହ ପେଟର ଅଲସର୍‌ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

ଆହୁରି ପଢ଼ନ୍ତୁ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଜନ୍ମାଷ୍ଟମୀରେ ଉପବାସ ରଖୁଛନ୍ତି କି ? ତେବେ ଏହି ସବୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

You might also like