ବିପଦକୁ ଦୂରେଇ ରଖେ ମାଛ ଆକ୍ୱାରିୟମ୍‌

ଭୁବନେଶ୍ୱର: ଘରର ସାଜସଜ୍ଜାକୁ ଆକର୍ଷଣୀୟ କରିବା ଉପରେ ପ୍ରାୟତଃ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଘରକୁ ଆଧୁନିକ ଶୈଳୀରେ ସଜାଇବା ସହ ମାଛ ଆକୱାରିୟମ୍‌ ମଧ୍ୟ ରଖିଥାନ୍ତି। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ହେଲେ ପେଙ୍ଗ୍‌ସୁଇ ଅନୁସାରେ ଘରେ ଫିସ୍‌ ଆକୱାରିୟମ୍‌ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଘରକୁ ଆସିବାକୁ ଥିବା ସବୁ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।

କିନ୍ତୁ ଏହାର କେତେକ ନିୟମ ଅଛି, ଯାହାକୁ ପାଳନ କଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳିବ। ଆଜି ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନେ ଘରେ ଆକ୍ୱାରିୟମ୍‌ ତ ରଖିଛନ୍ତି, କିନ୍ତୁ ଏହାକୁ କେଉଁ ଦିଗରେ କିପରି ସ୍ଥାନରେ ରଖାଯାଏ ତାହା ଜାଣି ନଥାନ୍ତି। ତେବେ ଆଜି ଆପଣଙ୍କୁ ଏହି ବିଷୟରେ ସୂଚନା ଦେବୁ। ଆପଣ କେଉଁ ଦିଗରେ ଫିସ୍‌ ଆକ୍ୱାରିୟମ୍‌ ରଖିଲେ ଏହା ଆପଣଙ୍କୁ ଶୁଭ ଫଳ ଦେବ, ଆସନ୍ତୁ ଜାଣିବା।

ଘରେ ରଙ୍ଗିନ୍‌ ମାଛ ରଖିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଟଳି ଯାଇଥାଏ। ପେଙ୍ଗ୍‌ସୁଇ ମଧ୍ୟ ଏହି କଥା କହିଯାଏ ଯେ, ଘରେ ମାଛ ରଖିବା ଫଳରେ ଧନ ବଢ଼ିଥାଏ ଏବଂ ଏହା ସବୁ ବିପଦକୁ ଦୂରେଇ ଦେଇଥାଏ।

ପେଙ୍ଗସୁଇ ଅନୁସାରେ ଘରେ ବା ଅଫିସ୍‌ରେ ଆକ୍ୱାରିୟମ୍‌ ରଖିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାକୁ ପୂର୍ବ, ଉତ୍ତର, ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭ ବୋଲି ଧରାଯାଏ। ଏହା ସହ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଅତିବାହିତ କରିବାକୁ ଏହାକୁ ମୁଖ୍ୟ ଦ୍ୱାରର ବାମ ପାଖରେ ରଖିବା ଆବଶ୍ୟକ।

ଫିସ୍‌ ଆକ୍ୱାରିୟମ୍‌କୁ ରୋଷେଇଘର ବା ବାଥ୍‌ରୁମ୍‌ରେ ରଖିବା ଉଚିତ୍‌ ନୁହେଁ। ଘରେ ସକରାତ୍ମକ ଚିନ୍ତାଧାରା ବଜାୟ ରଖିବାକୁ ଚାହିଁଲେ ମଝିରେ ମଝିରେ ତାହାର ପାଣି ବଦଳେଇବା ଦରକାର। ପେଙ୍ଗ୍‌ସୁଇ ଅନୁସାରେ କଳା ରଙ୍ଗର ମାଛ ଘର ଉପରେ କୌଣସି ବିପଦକୁ ଆସିବାକୁ ଦିଏନାହିଁ।

ତେବେ ଆକ୍ୱାରିୟମ୍‌ରେ ଥିବା ଅବସ୍ଥାରେ ଯଦି କୌଣସି ମାଛ ମରିଯାଇଥାନ୍ତି, ତେବେ ତୁରନ୍ତ ଉକ୍ତ ମାଛକୁ ବାହାର କରି କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ। ପେଙ୍ଗସୁଇ ଅନୁସାରେ ଯେତେବେଳେ କୌଣସି ମାଛ ମରିଯାଏ, ସେତେବେଳେ ତାହା କୌଣସି ନା କୌଣସି ନକରାତ୍ମକ ଶକ୍ତିକୁ ନେଇ ଚାଲିଯାଇଥାଏ ବୋଲି ବିଶ୍ୱାସ ରହିଛି।

ଆହୁରି ପଢ଼ନ୍ତୁ

ଜାଣନ୍ତି , କେତେ ମାରାତ୍ମକ ସ୍ମାର୍ଟଫୋନ ରେଡିଏସନ ? ପଢନ୍ତୁ ଏଥିରୁ ମୁକ୍ତି ପାଇବାର ସହଜ ଉପାୟ

ସାବଧାନ ! ଶରୀରରେ ଏସବୁ ଲକ୍ଷଣ ଦେଖା ଯାଉଥିଲେ ହୋଇପାରେ ପେଟ କ୍ୟାନସର୍

ହାର୍ନିଆ କ’ଣ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ

ଜାଣନ୍ତୁ ଆଜ୍‌ମାର ଘରୋଇ ଉପଚାର

ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ କେଉଁ କାମରେ ଏହା ଆସିପାରେ

କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଜନ୍ମାଷ୍ଟମୀରେ ଉପବାସ ରଖୁଛନ୍ତି କି ? ତେବେ ଏହି ସବୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

You might also like