ପ୍ରେମ ପାଇଁ ଫେ‌ଙ୍ଗ୍‌ସୁଇ

ଭୁବନେଶ୍ୱର: ଏହି ଭାଲେଣ୍ଟାଇନ୍‌ ସପ୍ତାହରେ ନିଜ ମନର ମଣିଷକୁ ଖୁସିରେ ରଖି ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ଅନେକ ସମୟରେ ସମ୍ପର୍କରେ ନିରାଶା ଓ ଦୁଃଖର କଳାବାଦଲ ଦେଖାଯାଇଥାଏ। ତେବେ କ’ଣ ଆପଣ କେବେ ଚିନ୍ତା କରିଛନ୍ତି, ଏସବୁ ବାସ୍ତୁଦୋଷ ଯୋଗୁ ମଧ୍ୟ ହୋଇପାରେ। ଏସବୁ ସମସ୍ୟାକୁ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ମଧ୍ୟ ରହିଛି।

ପ୍ରେମସମ୍ବନ୍ଧ ବା ବୈବାହିକ ଜୀବନକୁ ଅଧିକ ରୋମାଣ୍ଟିକ ଓ ମଜାଦାର କରିବା ପାଇଁ ଚୀନ୍‌ ବାସ୍ତୁବିଦ୍ୟା ଫେ‌ଙ୍ଗ୍‌ସୁଇରେ ଅନେକ ଉପାୟ ରହିଛି। ଏହି ଉପାୟଗୁଡିକୁ ଅବଲମ୍ୱନ କରି ଆପଣ ନିଜ ପ୍ରେମସମ୍ବନ୍ଧରେ ମଧୁରତା ଭରିପାରିବେ। ଏହାକୁ ସୁଦୃଢ କରି ପାରିବେ।
ଫେ‌ଙ୍ଗ୍‌ସୁଇ ଚୀନର ଏକପ୍ରକାର ବାସ୍ତୁଶାସ୍ତ୍ର ଅଟେ। ଏହାର ଉପାୟ  ଆପଣାଇ ଆପଣ ନିଜ ଜୀବନରୁ ନକରାତ୍ମକ ଶକ୍ତିକୁ ଦୂର କରି ସୁଖଶାନ୍ତି ଭରିପାରିବେ।

ତେବେ ପ୍ରେମସମ୍ବନ୍ଧକୁ ଅଧିକ ରୋମାଣ୍ଟିକ ଓ ମଜାଦାର କରିବା ପାଇଁ ଫେ‌ଙ୍ଗ୍‌ସୁଇରେ କ’ଣ ଉପାୟ ରହିଛି ଜାଣନ୍ତୁ।

୧. ଫେ‌ଙ୍ଗ୍‌ସୁଇ ବାସ୍ତୁ ଅନୁଯାୟୀ, ପ୍ରେମ ସମ୍ପର୍କରେ ମଧୁରତା ଭରିବା ପାଇଁ ଘରେ କଣ୍ଟାଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ । ଏହା କରିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ପ୍ରେମ ସମ୍ପର୍କରେ ତିକ୍ତତା ଭରିଯାଇଥାଏ। ଏଥିପାଇଁ ଘରେ ସୁନ୍ଦର ଫୁଲତୋଡା ରଖିପାରିବେ।

୨. ପ୍ରେମସମ୍ବନ୍ଧକୁ ଅଧିକ ରୋମାଣ୍ଟିକ କରିବା ପାଇଁ ନିଜ ଶୋଇବା ଘରେ ଫେ‌ଙ୍ଗ୍‌ସୁଇ ପ୍ରଜାପତି ରଖିପାରିବେ। ଏହି ପ୍ରଜାପତି ନୀଳ ରଙ୍ଗର ପଥରରେ ପ୍ରସ୍ତୁତ ହୋଇଥାଏ ଓ ଏହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ।

୩.ଘରେ ବ୍ୟବହାର ହେଉନଥିବା ସାମଗ୍ରୀକୁ ଘରେ ଆଦୌ ରଖନ୍ତୁ ନାହିଁ। ଯେଉଁ ଜିନିଷଗୁଡିକୁ ବ୍ୟବହାର କରୁନାହାନ୍ତି ତାକୁ ଘରୁ ବାହାରକୁ ଫିଙ୍ଗି ଦିଅନ୍ତୁ। ପୁରୁଣା ଜିନିଷ ଜମା ହୋଇ ରହିବା ଦ୍ଵାରା ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ସୁଖଶାନ୍ତି ଦୂର ହୋଇଯାଇଥାଏ।

୪. ଫେ‌ଙ୍ଗ୍‌ସୁଇ ବାସ୍ତୁ ଅନୁସାରେ ଘରେ ଲାଫିଙ୍ଗ୍‌ ବୁଦ୍ଧ ରଖିପାରିବେ। ଏହାବ୍ୟତୀତ ଲଭବାର୍ଡ, ମେଣ୍ଡରେନ୍‌ ଡକ୍‌ (ଯୋଡା ବତକ) ନିଜ ପାଖରେ ରଖିପାରିବେ। ଏଗୁଡ଼ିକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ।

୫.ପତିପତ୍ନୀଙ୍କ ମଧ୍ୟରେ ବିନା କାରଣରେ ଝଗଡ଼ା ହେଉଥିଲେ  ଶୟନ କକ୍ଷରେ ଛୋଟ ଜାହାଜର ପ୍ରତିକୃତି କିମ୍ବା ଶଙ୍ଖ ରଖନ୍ତୁ।

 

ଆହୁରି ପଢ଼ନ୍ତୁ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଜନ୍ମାଷ୍ଟମୀରେ ଉପବାସ ରଖୁଛନ୍ତି କି ? ତେବେ ଏହି ସବୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

You might also like