ସଫଳତା ଚାହୁଁଛନ୍ତି, ଆପଣାନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସଫଳତା ପାଇବାକୁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଏଥିପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସଫଳତାର ପାହାଚ ଚଢ଼ି ଆଗକୁ ବଢ଼ିବା ଏତେ ସହଜ ହୋଇ ନଥାଏ। ଏଥିପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ସଫଳତା ମିଳିବା ଆମ ଦୈନନ୍ଦିନ ଜୀବନୀ ଉପରେ ନିର୍ଭର କରିଥାଏ। ଆମେ କ’ଣ ଖାଉଛନ୍ତି, କେମିତି ଖାଉଛନ୍ତି, କିପରି ରହୁଛନ୍ତି ଓ ଲୋକଙ୍କ ସହ ଆମର ବ୍ୟବହାର କେମିତି ରହିଛି ଏହା ଆମ ସଫଳତା ପାଇବାକୁ ପ୍ରଭାବିତ କରିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଉପାୟ ବତାଇବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ ସଫଳତାର ଶିଖରରେ ପହଞ୍ଚି ପାରିବେ।

୧. ଠିକ୍‌ ସମୟରେ ସେତିକି ଖାଆନ୍ତୁ, ଯେତିକି ଆପଣଙ୍କ ଶରୀର ପାଇଁ ଆବଶ୍ୟକ। ସ୍ୱାଦିଷ୍ଟ ଓ ମନ ପସନ୍ଦର ଖାଦ୍ୟ ଦେଖି ଅଧିକ ଖାଆନ୍ତୁ ନାହିଁ। ଏହା ଆପଣଙ୍କ ନିତିଦିନିଆ କାମ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି।

୨. ସୁସ୍ଥ ଶରୀର ପାଇଁ ବ୍ୟାୟାମର ବହୁ ଆବଶ୍ୟକତା ରହିଛି। ଏଥିପାଇଁ ଡେଲି ରୁଟିନ୍‌ରେ ବ୍ୟାୟମକୁ ସାମିଲ କରନ୍ତୁ। ଯଦି ଜିମ୍‌ ଯାଇ ବ୍ୟାୟାମ କରିବାକୁ ସମୟ ନାହିଁ ତେବେ କିଛି ଶାରୀରିକ ପରିଶ୍ରମ କରିପାରିବେ। ଏହା ଆପଣଙ୍କୁ ସୁସ୍ଥ ରଖିବ।

୩. ନିଦ ଆମ ଶରୀର ପାଇଁ ବହୁତ ଦରକାର। ଠିକ୍‌ ସମୟରେ ଶୋଇବା ଓ ଠିକ୍‌ ସମୟରେ ଉଠିବା ସୁସ୍ଥ ଜୀବନର ମୂଳମନ୍ତ୍ର। ଏହାଦ୍ୱାରା ଆପଣଙ୍କୁ ଥକା ଲାଗିବ ନାହିଁ। କମ୍‌ ଶୋଇବା ଦ୍ୱାରା ପୂରା ଦିନ ମାନ୍ଦା ମାନ୍ଦାରେ କଟିଥାଏ। ଅକାରଣରେ ଚିଡଚିଡା ଲାଗିଥାଏ। ତେଣୁ ଶୋଇବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

୪. ନିଶା ସେବନରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

success-tips୫. ବାହ୍ୟ ସୁଖ ବଦଳରେ ନିଜ ଭିତରେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ। ବାହ୍ୟ ସୁଖ କ୍ଷଣସ୍ଥାୟୀ ହୋଇଥାଏ।

୬. ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏହା ଆପଣଙ୍କୁ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରେ ସହାୟକ ହେବ।

୭. ସମସ୍ୟା ସବୁବେଳେ ଲଶଗି ରହିବ ଓ ଏହା ଚିନ୍ତା ବଢ଼ାଇବ। ତେଣୁ ଚିନ୍ତାରେ ଥିବା ବେଳେ ସମସ୍ୟାର ମୁକାବିଲା କରିବାକୁ ଶିଖନ୍ତୁ, ଏହା ଆପଣଙ୍କ ଜୀବନ ଯାତ୍ରାକୁ ସହଜ କରିଦେବ।

୮. ସବୁ ବେଳେ କାମ କାମରେ ସମୟ ବିତି ଯାଉଛି। ଏଥିପାଇଁ ନିଜ ପାଇଁ ସମୟ ବାହାର କରିବା ସମ୍ଭବ ହେଉନାହିଁ। ନିଜ ପାଇଁ କିଛି ସମୟ ବାହାର କରନ୍ତୁ। ଏହା ସଫଳତାର ପଥରେ ଅଗ୍ରସର ହେବାରେ ବହୁତ ସହାୟକ ହେବ।

୯. କର୍ମମୟ ଜୀବନରେ ଛୋଟମୋଟ ବେମାରୀ ଯେପରି ଗ୍ୟାସ୍‌, ମୁଣ୍ଡ ବିନ୍ଧା, ପେଟ ଦରଜ ସମସ୍ୟା ଲାଗି ରହୁଛି। ଏଥିରୁ ମୁକ୍ତି ପାଇଁ ଆମେ ଔଷଧ ଖାଉଛନ୍ତି। ହେଲେ ଔଷଧ ଖାଇବାକୁ ଅଭ୍ୟାସରେ ପରିଣତ କରନ୍ତୁ ନାହିଁ। ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିବା ସହ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି।

୧୦. ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରନ୍ତୁ। ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଅନ୍ୟମାନଙ୍କ ଆଗରେ ପରିପ୍ରକାଶ କରିବ। ଯାହା ଆଗକୁ ବଢ଼ିବାରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like