ମଧୁମେହ ଏପରି ଏକ ରୋଗ ଯାହା ମଣିଷକୁ ଭିତର ଓ ବାହାରୁ ସଂପୂର୍ଣ୍ଣ ଅସୁବିଧାରେ ପକାଇଥାଏ। ଆଜିର ସମୟରେ ମଧୁମେହ ଏକ ଗମ୍ଭୀର ସମସ୍ୟା ପାଲଟିଯାଇଛି। ମଧୁମେହକୁ ସଂପୂର୍ଣ୍ଣ ଆରୋଗ୍ୟ କରିବା ସମ୍ଭବ ନୁହେଁ କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଏଥିପାଇଁ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାକୁ ପଡିବ। ମଧୁମେହ ରୋଗୀଙ୍କର ଖାଦ୍ୟ-ପାନୀୟର ବହୁତ ଯତ୍ନ ନେବାକୁ ହୋଇଥାଏ। ମଧୁମେହ ରୋଗୀଙ୍କ ଖାଦ୍ୟ ସ୍ୱତନ୍ତ୍ର ହୋଇଥାଏ। ତେବେ ସେମାନଙ୍କ ଖାଦ୍ୟରେ ଅବହେଳା ସେମାନଙ୍କ ପାଇଁ ଅନେକ କ୍ଷତି କରିପାରେ।

ମଧୁମେହର ଅନେକ କାରଣ ରହିଛି। ଡାକ୍ତରଙ୍କ କହିବାନୁସାରେ, ମଧୁମେହ ଜେନେଟିକ କିମ୍ବା ବାର୍ଦ୍ଧକ୍ୟଜନିତ କାରଣରୁ ହେବା ସହ ମେଦବହୁଳତା କିମ୍ବା ଚାପ ଯୋଗୁଁ ମଧ୍ୟ ହୋଇପାରେ। ମଧୁମେହରେ ପୀଡିତ ଲୋକଙ୍କର ହୃଦ୍‌ଘାତର ଆଶଙ୍କା ବହୁତ ଅଧିକ। ଏହା ସହିତ ମଧୁମେହ ମଧ୍ୟ କିଡ୍‌ନୀ ସମସ୍ୟା ସୃଷ୍ଟି କରିପାରେ। ତେବେ ସର୍କରା ସ୍ତରକୁ ଆସନ୍ତୁ ନିୟନ୍ତ୍ରଣରେ ରଖିବା ପାଇଁ ମଧୁମେହ ରୋଗୀମାନେ ଫଳ, ସବୁଜ ପନିପରିବା ଏବଂ ହୋଲ୍ ଗ୍ରେନ୍ସ ଆଦି ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ।

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ମଧ୍ୟାହ୍ନ ଭୋଜନରେ ନିଶ୍ଚିତ ଭାବରେ ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ।| ମଧୁମେହ ରୋଗୀମାନେ ମଧ୍ୟାହ୍ନ ଭୋଜନରେ ପାଳଙ୍ଗ, ମେଥି, ବଥୁଆ, ବ୍ରୋକୋଲି, ଲାଉ, ଛଚିନ୍ଦ୍ରା, କଲରା ପରି ପନିପରିବା ଅନ୍ତର୍ଭୁକ୍ତ କରିବା ଜରୁରୀ। ସେଗୁଡ଼ିକରେ କମ୍ କ୍ୟାଲୋରୀ ଏବଂ ଅଧିକ ପୋଷକ ତତ୍ତ୍ୱ ରହିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ଆମିଷ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ମଧ୍ୟାହ୍ନ ଭୋଜନରେ ଫ୍ୟାଟି ଫିସ୍ ଅନ୍ତର୍ଭୁକ୍ତ କରିପାରିବେ। ମଧୁମେହ ରୋଗୀଙ୍କ ପାଇଁ ମାଛ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ମାଛରେ ଓମେଗା-୩ ଫ୍ୟାଟି ଏସିଡ୍, DHA ଏବଂ EPA ଭଲ ପରିମାଣରେ ମିଳିଥାଏ। ଏହା ଶରୀରର ପ୍ରଦାହକୁ ହ୍ରାସ କରିପାରେ। ଫ୍ୟାଟି ଫିସ୍ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିବା ସହିତ ହାର୍ଟକୁ ସୁସ୍ଥ ରଖେ।

ମଧୁମେହ ରୋଗୀମାନେ ସେମାନଙ୍କ ମଧ୍ୟାହ୍ନ ଭୋଜନରେ ଦହି ଅନ୍ତର୍ଭୁକ୍ତ କରିବା ଜରୁରୀ। ଦହି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଦହିରେ ଭଲ ପରିମାଣର କ୍ୟାଲ୍‌ସିୟମ୍, ପ୍ରୋଟିନ୍ ଏବଂ ପୋଷକ ତତ୍ତ୍ୱ ରହିଥାଏ। ଦହି ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରେ।

ଶସ୍ୟ ଏବଂ ଡାଲିରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ। ସେଗୁଡ଼ିକ ପ୍ରୋଟିନ୍, ପୋଟାସିୟମ୍ ଏବଂ ଫାଇବରରେ ଭରପୂର। ମଧୁମେହ ରୋଗୀମାନେ ମଧ୍ୟାହ୍ନ ଭୋଜନରେ ଡାଲି ଓ ଶସ୍ୟକୁ ଅନ୍ତର୍ଭୁକ୍ତ କରିବା ଉଚିତ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ।

Other Stories