କଲରା ପତ୍ର ଆଳୁ ବେସର

ଆବଶ୍ୟକ ସାମଗ୍ରୀ: କଟା କଲରା ପତ୍ର, ସିଝା ଆଳୁ, ସୋରିଷ-ରସୁଣ ବଟା, ଶୁଖିଲାଲଙ୍କା ବଟା, କଟା ପିଆଜ, କଟା ଟମାଟୋ , ଲୁଣ ଓ ତେଲ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ଟମାଟୋ, ଶୁଖିଲାଲଙ୍କା ବଟା ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଗଲା ପରେ ରଖା ଯାଇଥିବା ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ ପାଣି ଦେଇ ଭାଜନ୍ତୁ। ୫ମିନିଟ୍ ପରେ ରଖା ଯାଇଥିବା ସୋରିଷ-ରସୁଣ ବଟା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। କିଛି ସମୟ ଘୋଡ଼ାଇ ରଖନ୍ତୁ।

ପରେ ଘୋଡ଼ଣି ବାହାର କରି ତାକୁ ଲେଉଟାଇ ପୁଣି ଥରେ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ କଲରା ପତ୍ର ଆଳୁ ବେସର।

You might also like