ଏହିସବୁ ଖାଦ୍ୟ ଦେଇ ପିଲାମାନଙ୍କ କ୍ଷେତ୍ରରେ ବଢାନ୍ତୁ ଇମ୍ୟୁନିଟି

ଯେକୌଣସି ଜୀବାଣୁ ଏବଂ ରୋଗରୁ ରକ୍ଷା ପାଇବା ପାଇଁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୃଢ ପ୍ରତିରୋଧକ ଶକ୍ତି। କରୋନା କାଳରେ, ଯେତେବେଳେ ଏହାର ତୃତୀୟ ଲହର ଆସିବା ଆଶଙ୍କା ରହିଛି ଏବଂ ଯାହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି, ଏଭଳି ପରିସ୍ଥିତିରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନଙ୍କ ଖାଦ୍ୟରେ କିଛି ଜିନିଷ ଅନ୍ତର୍ଭୁକ୍ତ କରାଯିବା ଜରୁରୀ ଅଟେ। ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ୍‌ ତଥା ଡାଏଟିସିଆନ୍ ରୁଜୁତା ଡିୱେକର୍ ନିକଟରେ ଏହି ବିଷୟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନ୍ୟୁଟ୍ରିସନିଷ୍ଟ୍‌ ସୌମ୍ୟାଙ୍କ ସହ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ନେଇ ଖାଦ୍ୟ ବିଷୟରେ କହିଛନ୍ତି । ଏହା ସହିତ ଦେଶି ଖାଦ୍ୟ ସାହାଯ୍ୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କିପରି ବୃଦ୍ଧି କରାଯାଇପାରିବ ସେ ବିଷୟରେ କହିଛନ୍ତି।

ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅଁଳା, ଲେମ୍ବୁ ଭଳି ଜିନିଷ ବ୍ୟବହାର କରାଯାଇପାରିବ। ଏସବୁକୁ ପିଲାମାନଙ୍କର ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ପାଇଁ, ଏହି ଜିନିଷଗୁଡ଼ିକୁ ଜାମ୍, ଆଚାର ଏବଂ ଚଟନି ଆକାରରେ ଖାଇବାକୁ ଦିଅନ୍ତୁ । ଏହା ସେମାନ’କୁ ଖଟା-ମିଠା ସ୍ୱାଦ ଦେବା ସହ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢେଇବ।

Source : News 18

ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କୌଣସି ଟାବଲେଟ ମାଧ୍ୟମରେ ବୃଦ୍ଧି କରିବା ଅପେକ୍ଷା ଫଳ ଓ ପନିପରିବା ଦ୍ୱାରା ବଢେଇବା ଭଲ। ଗ୍ରୀଷ୍ମ ଋତୁରେ ଅମୃତଭଣ୍ଡା, ଆମ୍ବ, ଅଁଳା ଏବଂ କଞ୍ଚା ଫଳ ଭଳି ଜିନିଷ ସହଜରେ ଉପଲବ୍ଧ। ଏଗୁଡିକ ପିଲାମାନଙ୍କର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଏସବୁ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ ସେମାନଙ୍କର ବୃଦ୍ଧିରେ ଉନ୍ନତି ଆଣେ ଏବଂ ହାଡକୁ ମଧ୍ୟ ଶକ୍ତ କରେ।

ସାଧାରଣତଃ ପିଲାମାନେ ସନ୍ଧ୍ୟା ଶେଷ ପରେ ଭୋକିଲା ଅନୁଭବ କରିବା ଆରମ୍ଭ କରନ୍ତି । ଏପରି ପରିସ୍ଥିତିରେ ପିଲାମାନଙ୍କୁ ମ୍ୟାଗି, ପାସ୍ତା, ବର୍‌ଗର୍‌ ଖାଇବାକୁ ଦେବା ପରିବର୍ତ୍ତେ ସେମାନଙ୍କୁ ଘିଅ ବା ଗୁଡ ସହିତ ରୁଟି, ହାଲୁଆ, ବେସନ ଏବଂ ରାଜଗିରା ଲଡୁକୁ ଦେବା ଭଲ। ସନ୍ଧ୍ୟା ସମୟ ଯେତେବେଳେ ଶରୀରରେ କର୍ଟିସୋଲ ହରମୋନର ସ୍ତର କମ୍ ଥିବାରୁ ସେମାନଙ୍କୁ କିଛି ଶକ୍ତି ଦେବା ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ, ଏହି ଜିନିଷଗୁଡ଼ିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ।

ପିଲାମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଏନର୍ଜି ସ୍ତର ବୃଦ୍ଧି କରିବାକୁ, ଖାଦ୍ୟରେ ଭାତ ଅନ୍ତର୍ଭୁକ୍ତ କରନ୍ତୁ। ଯଦି ସମ୍ଭବ, ଦହି ସହିତ ଭାତ ଖା‍ଇବାକୁ ଦିଅନ୍ତୁ, ଯେଉଁଥିରେ ସୈନ୍ଧବ ଲବଣ ମିଶାଇବା ଭଲ ହେବ। ଏହା ସହିତ ପିଲାମାନଙ୍କୁ ଡାଲି ଏବଂ ଘିଅ ସହିତ ଭାତ ଖାଇବାକୁ ଦିଅନ୍ତୁ। ଆମିନୋ ଏସିଡ୍‌ରେ ଭରପୂର ଭାତ ଭିଟାମିନ୍ ବି ର ଏକ ଉତ୍ତମ ଉତ୍ସ ଅଟେ, ଯାହା ପିଲାମାନଙ୍କ କ୍ରୋଧକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।

You might also like