ବୁଦ୍ଧିମାନ ହେବାକୁ ଚାହାନ୍ତି ତ ଅଭ୍ୟାସ କରନ୍ତୁ ଏହି ସହଜ ମୁଦ୍ରା

ଯୋଗଶାସ୍ତ୍ରରେ ଏମିତି ଏକ ମୁଦ୍ରା ରହିଛି ଯାହା ଅତି ସହଜ ଓ ସେଥିରୁ ବହୁତ କିଛି ଉପକାର ମିଳିଥାଏ । ଏହି ମୁଦ୍ରାକୁ ଯେ କୌଣସି ସମୟରେ ଅଭ୍ୟାସ କରାଯାଇପାରିବ । ସସ୍କୃତରେ କୁହାଯାଇଛି ଯେ, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି ବାୟୁ ତତ୍ତ୍ୱର ପ୍ରତୀକ । ଯେତେବେଳେ ଏହି ଦୁଇ ତତ୍ତ୍ୱ ମିଶି ଯାଆନ୍ତି ସେତେବେଳେ ଏହାର ସିଧା ପ୍ରଭାବ ମସ୍ତିଷ୍କର ସ୍ନାୟୁତନ୍ତ ଉପରେ ପଡ଼େ । ଏହାର ଅଭ୍ୟାସ ଦ୍ୱାରା ବୁଦ୍ଧି ପ୍ରଖର ହୁଏ।  ତେଣୁ ଏହି ମୁଦ୍ରାର ନାମ ହେଉଛି ଜ୍ଞାନ ମୁଦ୍ରା ।

ଜ୍ଞାନ ମୁଦ୍ରା ଶୈଳୀ

ଏହି ମୁଦ୍ରା କରିବା ପାଇଁ ପ୍ରଥମେ ବଜ୍ରାସନ କିମ୍ବା ଆପଣଙ୍କୁ ସୁବିଧା ହେଉଥିବା ଯେ କୌଣସି ଆସନରେ ବସି  ଦୁଇ ହାତ ଆଣ୍ଠୁ ଉପରେ ରଖନ୍ତୁ । ତା ପରେ ହାତର ବୁଢା ଅଙ୍ଗୁଳି ସହ ତର୍ଜନୀ ଆଙ୍ଗୁଠିକୁ ମିଶାନ୍ତୁ , କିନ୍ତୁ ଚାପ ପ୍ରୟୋଗ କରନ୍ତୁ ନାହିଁ । ଆଉ  ଅନ୍ୟ ତିନୋଟି ଅଙ୍ଗୁଳିକୁ ସିଧା ଓ ଢିଲା ରଖନ୍ତୁ । ଏହି ମୁଦ୍ରାକୁ ଆପଣ ଯେତେ ସମୟ ଓ ଯେ କୌଣସି ସମୟରେ ମଧ୍ୟ କରିପାରିବେ । ଏହାକୁ ଶୋଇଲା ବେଳେ ମଧ୍ୟ କରାଯାଇପାରେ । ଗୋଟିଏ କଥା ମନେ ରଖନ୍ତୁ ଯାହା ଆପଣଙ୍କ ଖୁବ୍ ଶୀଘ୍ର ଫଳ ଦେବ । ଏହି କ୍ରିୟା କଲା ବେଳେ ମନେ ମନେ ଭାବନ୍ତୁ ଯେ ଜ୍ଞାନ ମୁଦ୍ରା ଅଭ୍ୟାସ ଦ୍ୱାରା ଏହା ଦ୍ୱାରା ଆପଣଙ୍କ ମସ୍ତିଷ୍କ ପ୍ରଭାବିତ ହେଉଛି । ଖୁବ୍ ଶୀଘ୍ର ଆପଣ  ଲକ୍ଷ୍ୟ ପଥରେ ପହଂଚିବେ । ଏହିଭଳି ଚିନ୍ତାଧାରା ଦ୍ୱାରା ଜ୍ଞାନ ମୁଦ୍ରାରୁ ତ୍ୱରିତ ଫଳ ମିଳେ ବୋଲି କୁହାଯାଏ ।

ଏହାର ଉପକାରିତା

୧. ଜ୍ଞାନ ବଢ଼ାଇବା ସହ ସ୍ମରଣ ଶକ୍ତି ବୃଦ୍ଧି

୨.ମସ୍ତିଷ୍କ  ପ୍ରଖର କରାଏ

୩. ଭଲ ନିଦ୍ରା  ହୁଏ ମାତ୍ର ନିଦ୍ରାର ଅବାଂଛିତ ପ୍ରଭାବ ଶରୀର ଉପରେ ପଡ଼େ ନାହିଁ

୪.ନକରାତ୍ମକ ଭାବନା ଦୂର କରିବା ସହ ଏକାଗ୍ରତା ବଢାଏ

୫. ଅବସାଦ ଦୂର କରେ

୬. ମାନସିକ ରୋଗ ଭଲ କରେ

୭. ଦାନ୍ତ ରୋଗ ଦୂର କରେ, ଚର୍ମ ରୋଗ ହୁଏ ନାହିଁ

୮. କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବା ପାଇଁ ଏହି ମୁଦ୍ରା କରନ୍ତୁ

୯.ନିଶା ଭଳି ଖରାପ ଅଭ୍ୟାସ ଦୂର କରେ

୧୦.ମୁହଁରେ ଥିବା ଦାଗ ଦୂର କରିବା ସହ ତ୍ୱଚା ଉଜ୍ୱଳ କରେ

ଗବେଷଣାରୁ ଦେଖାଯାଇଛି ଯେ, ବିଶେଷ କରି ଛୋଟ ଛୋଟ କଥାରେ ରାଗିଯାଉଥିବା ପିଲାଙ୍କୁ ଏହି ମୁଦ୍ରାରୁ ସୁଫଳ ମିଳିଥାଏ । ପ୍ରତ୍ୟେକ ଦିନ ଯେ କୌଣସି ସମୟରେ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଏହା ଆପଣଙ୍କୁ ସର୍ବଦା ନିରୋଗ ରଖିବ । ଯଦି ଏହି କଥା ବିଶ୍ୱାସ ନ ହେଉଥାଏ,  ନିଜେ ଦୁଇରୁ ତିନି ମାସ ଅଭ୍ୟାସ କରି ପରୀକ୍ଷା କରି ଦେଖନ୍ତୁ ।

 

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like